ନାଗାଲାଣ୍ଡ ଘଟଣା ପରେ ପୁଣି ଉଠିଲା 'ଆଫସ୍ପା' ଆଇନ ପ୍ରତ୍ୟାହାର ଦାବି | News Room Odisha

ନାଗାଲାଣ୍ଡ ଘଟଣା ପରେ ପୁଣି ଉଠିଲା ‘ଆଫସ୍ପା’ ଆଇନ ପ୍ରତ୍ୟାହାର ଦାବି

ଗୌହାଟି: ସେନା ଗୁଳିରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ନାଗାଲାଣ୍ଡ ସହ ସମଗ୍ର ଉତ୍ତର-ପୂର୍ବରେ ଅସନ୍ତୋଷ ଓ ଉତ୍ତେଜନା ପ୍ରକାଶ ପାଇଛି | କେବଳ ଏତିକି ନୁହେଁ, ସୁରକ୍ଷା ବାହିନୀକୁ ଅତିରିକ୍ତ କ୍ଷମତା ପ୍ରଦାନ କରୁଥିବା ‘ଆଫସ୍ପା’ ଆଇନ ପ୍ରତ୍ୟାହାର ପାଇଁ ଦାବି ପୁଣି ଥରେ ତୀବ୍ର ହୋଇଛି। ଗୋଟିଏ ପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ‘ଆଫସ୍ପା’ ହଟାଇବାକୁ ଦାବି କରିଥିବାବେଳେ ପଡୋଶୀ ରାଜ୍ୟ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସାଙ୍ଗମା ସୋମବାର କହିଛନ୍ତି ଯେ ଉତ୍ତର ପୂର୍ବରୁ ଆଫସ୍ପା ଆଇନ ପ୍ରତ୍ୟାହାର କରାଯିବା ଉଚିତ୍। ନାଗାଲାଣ୍ଡର ଏକ ଗାଁରେ ଉଗ୍ରବାଦୀ ସଂଗଠନର ସଦସ୍ୟ ବୋଲି ଭାବି ସୁରକ୍ଷା ବାହିନୀ ଭୁଲରେ ସାଧାରଣ ନାଗରିକଙ୍କ ଉପରକୁ ଗୁଳି ଚଳାଇଥିଲା। ଏହି ଘଟଣାରେ ୧୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ଏଥିରେ କ୍ରୋଧ ଦେଖାଯାଉଛି।

ସୋମବାର ନାଗାଲାଣ୍ଡର ମୁଖ୍ୟ ନିହତ ସାଧାରଣ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ସମୟରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ଏହି ଘଟଣା ଯୋଗୁଁ ସମଗ୍ର ନାଗାଲାଣ୍ଡରେ ଦୁଃଖ ଓ କ୍ରୋଧ ରହିଛି | ଛୋଟ ହୋଟେଲ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ପ୍ରତିଷ୍ଠାନ ପର୍ଯ୍ୟନ୍ତ ଲୋକମାନେ ଏହି ଘଟଣା ବିରୋଧରେ ପୋଷ୍ଟର ଲଗାଇଛନ୍ତି, ଯେଉଁଥିରେ ସାଧାରଣ ନାଗରିକଙ୍କ ହତ୍ୟାକୁ ଆତଙ୍କବାଦ ବୋଲି ଅଭିହିତ କରାଯାଇଛି | ଏହା ବ୍ୟତୀତ ନାଗାଲାଣ୍ଡର ବିଭିନ୍ନ ସଂଗଠନ ଦ୍ଵାରା ୧୩ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି | ଏହି ବନ୍ଦକୁ ବ୍ୟାପକ ସମର୍ଥନ ମିଳିଛି ଏବଂ ନାଗାଲାଣ୍ଡର ରାସ୍ତାଗୁଡ଼ିକ ଶୂନଶାନ ରହିଛି | ମାର୍କେଟଗୁଡିକ ବନ୍ଦ ଅଛି ଏବଂ ଯାନବାହାନଗୁଡିକ ମଧ୍ୟ କମ୍ ଚାଲୁଥିବା ଦେଖିବାକୁ ମିଳିଛି| ଏହା ବ୍ୟତୀତ ଆଫସ୍ପା ର ବିରୋଧରେ ସବୁ ସ୍ଥାନରେ ପୋଷ୍ଟର ଲଗାଯାଇଛି |

ନାଗାଲାଣ୍ଡ ଫାୟାରିଂ ମାମଲାରେ ପୋଲିସ ସେନା ବିରୋଧରେ ଏକ ଏଫଆଇଆର ରୁଜୁ କରିଛି । ସେନା ଜାଣିଶୁଣି ଗୁଳି ଚଳାଯାଇଥିଲା ବୋଲି ଏଥିରେ କୁହାଯାଇଛି। ନାଗାଲାଣ୍ଡ ସିଏମ ନେଫ୍ୟୁ ରିଓ ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ରିଓ କହିଛନ୍ତି ଯେ ଆମେ ଏହି ଘଟଣାର ଅନୁସନ୍ଧାନ କରିବାକୁ ଗୃହ ମନ୍ତ୍ରଣାଳୟକୁ କହିଛୁ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ ଏହି ନିୟମ ଭାରତର ଭାବମୂର୍ତ୍ତିର ଦାଗ ଭଳି। ଏହା ବ୍ୟତୀତ ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ପ୍ରତ୍ୟେକ ପରିବାରକୁ ୧୧ ଲକ୍ଷ ଟଙ୍କା ରିଲିଫ୍ ପ୍ରଦାନ କରିବାକୁ ମଧ୍ୟ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।