ଚାରି ବର୍ଷ ପରେ ସ୍ବଦେଶ ଫେରିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍

ଇସଲାମାବାଦ: ପ୍ରାୟ ଚାରି ବର୍ଷର ଆତ୍ମ ନିର୍ବାସନ ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁସଲିମ ଲିଗ୍-ଏନ ନେତା ନୱାଜ ସରିଫ ସ୍ବଦେଶ ଫେରିଛନ୍ତି । ବର୍ତ୍ତମାନର ସରକାର ସହ ବୁଝାମଣା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ ସୋଇପାରିଛି ବୋଲି କୁହାଯାଉଛି।

ନୱାଜ ସରିଫ ବିମାନ ବନ୍ଦରରୁ ସିଧା ଲାହୋରକୁ ଯାଇ ସେଠାରେ ଏକ ସଭାକୁ ସମ୍ବୋଧିତ କରିବେ। ସମଗ୍ର ପାକିସ୍ତାନର ଲୋକେ ନୱାଜ ସରିଫଙ୍କ ପାଇଁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି ବୋଲି ପୂର୍ବତନ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବ କହିଛନ୍ତି ।

ପାନାମା ମାମଲାରେ ଜୁଲାଇ ୨୦୧୭ରେ ପାକିସ୍ତାନ ସୁପ୍ରିମକୋର୍ଟ ନୱାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

ତୃତୀୟ ଥର ପାଇଁ ପାଞ୍ଚ ବର୍ଷ ପୂରଣ କରିବା ପୂର୍ବରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା।

Comments are closed.