ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲା: ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ କ୍ଲିନ୍ ଚିଟ୍

ମୁମ୍ବାଇ: ଡ୍ରଗ୍ସ ଅନ୍ କ୍ରୁଜ୍ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି। ଏନସିବି ପକ୍ଷରୁ ଦାଖଲ ହୋଇଥିବା ଚାର୍ଜସିଟରେ ଆର୍ୟନ ଖାନଙ୍କ ନାମ ନାହିଁ | ଏହି ମାମଲାରେ କେବଳ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି । ପ୍ରମାଣ ଅଭାବରୁ ଆର୍ୟନଙ୍କ ସମେତ ୬ ଜଣଙ୍କୁ ମୁକ୍ତ କରାଯାଇଛି।

ଗତ ବର୍ଷ ନଭେମ୍ବରରେ ଏନସିବି ଏକ ବିଳାସପୂର୍ଣ୍ଣ ଜାହାଜରେ ଚଢ଼ାଉ କରି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲା । ପ୍ରାୟ ଏକମାସ ଜେଲରେ ରହିବା ପରେ ଆର୍ୟନ ଜାମିନରେ ମୁକୁଳି ଥିଲେ। ଏହି ମାମଲାରେ ଲାଞ୍ଚ କାରବାର ଅଭିଯୋଗ ହେବା ପରେ ଏନସିବିର ତତ୍କାଳୀନ ଜୋନାଲ ମୁଖ୍ୟ ସମୀର ୱାଙ୍ଖେଡେଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା ।

Comments are closed.