ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ, ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ | News Room Odisha

ଏନସିପି ସାଂସଦ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ, ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲକ୍ଷ୍ୟଦୀପର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସାଂସଦ ମହମ୍ମଦ ଫୈଜଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଛି।

ଏକ ହତ୍ୟା ଉଦ୍ୟମ ମାମଲାରେ ଲକ୍ଷ୍ୟଦୀପର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଲୋକସଭା ସଚିବାଳୟ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଜାନୁୟାରୀ ୧୧ ତାରିଖରୁ ମହମ୍ମଦ ଫୈଜଲଙ୍କୁ ଲୋକସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହି ତାରିଖରେ ତାଙ୍କୁ କୋର୍ଟ ଦଣ୍ଡିତ କରିଥିଲେ।

ଏକ ହତ୍ୟା ଉଦ୍ୟମ ମାମଲାରେ ବୁଧବାର ଲକ୍ଷ୍ୟଦୀପର ଏକ କୋର୍ଟ ମହମ୍ମଦ ଫୈଜଲଙ୍କ ସମେତ ଚାରି ଦୋଷୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।