ଦିଲ୍ଲୀରେ କରୋନାର ଭୟାନକ ସ୍ଥିତି, ଅତିରିକ୍ତ କମିଶନରଙ୍କ ସହ ୧୦୦୦ ପୋଲିସ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ପୁଣିଥରେ ଦିଲ୍ଲୀରେ ନିଜର ଭୟାନକ ରୂପ ଦେଖାଇବା ଆରମ୍ଭ କରିଛି । ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଏହି ଭୂତାଣୁ କବଳିତ ହୋଇଛନ୍ତି।

ଦିଲ୍ଲୀ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଦିଲ୍ଲୀ ପୋଲିସର ଜନସମ୍ପର୍କ ଅଧିକାରୀ ତଥା ଅତିରିକ୍ତ କମିଶନର ଚିନ୍ମୟ ବିଶ୍ବାଲଙ୍କ ସମେତ ପ୍ରାୟ ୧୦୦୦ କର୍ମଚାରୀ କୋଭିଡ -୧୯ ରେ ସଂକ୍ରମିତ ହୋଇଛନ୍ତି। ସମସ୍ତ କରୋନା ପଜିଟିଭ୍ ପୋଲିସ୍ କର୍ମଚାରୀ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି।

ରବିବାର ଦିଲ୍ଲୀରେ ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଜାରି କରାଯାଇଥିବା ସ୍ୱାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ, କୋଭିଡ -୧୯ କାରଣରୁ ଆହୁରି ୧୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨,୭୫୧ ନୂଆ ମାମଲା ସାମ୍ନାକୁ ଆସିଛି । ଦିଲ୍ଲୀରେ ସଂକ୍ରମଣ ହାର ୨୩.୫୩ ପ୍ରତିଶତ ରହିଛି। ଗତ ବର୍ଷ ମେ ୧ ତାରିଖ ପରଠାରୁ ଦିନକରେ ସର୍ବାଧିକ ସଂଖ୍ୟକ ସଂକ୍ରମଣ ରିପୋର୍ଟ ହୋଇଥିବା ଜଣାଯାଇଛି।

Comments are closed.