ନୀଳାଚଳ ଏକ୍ସପ୍ରେସରେ ଅଭାବନୀୟ ଘଟଣା: ବେକରେ ଲୁହା ରଡ୍ ଗଳି ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରୁ କାନପୁର ଅଭିମୁଖେ ଯାଉଥିବା ନୀଳାଚଳ ଏକ୍ସପ୍ରେସ ଟ୍ରେନରେ ଘଟିଛି ଅଭାବନୀୟ ଘଟଣା। ପ୍ରୟାଗରାଜ ନିକଟ ଦାନୱାର-ସୋମନା ନିକଟରେ ନୀଳାଚଳ ଏକ୍ସପ୍ରେସ ଟ୍ରେନର ଜେନେରାଲ କୋଚରେ ବସିଥିବା ଜଣେ ଯାତ୍ରୀଙ୍କ ବେକରେ ହଠାତ୍ ଏକ ଲୁହା ରଡ୍ ଗଳିଯାଇ ମୃତ୍ୟୁ ହୋଇଛି । ଲୁହା ରଡ୍ ଝରକା ପଟେ ଟ୍ରେନ୍ ଭିତରକୁ ପଶି ଆସିଥିଲା । ରେଳବାଇ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

ଉତ୍ତର ପ୍ରଦେଶର ସୁଲତାନପୁର ଜିଲ୍ଲାର ବାସିନ୍ଦା ହୃଷୀକେଶ ଦୁବେ ଆଜି ୧୨୮୭୬ ନୀଳାଚଳ ଏକ୍ସପ୍ରେସର ଟ୍ରେନର ଜେନେରାଲ କୋଚରେ ଯାତ୍ରା କରୁଥିଲେ। ସବୁକିଛି ଠିକଠାକ୍ ଥିଲାବେଳେ ​ ହଠାତ୍ ସକାଳ ପ୍ରାୟ ୮.୪୫ ସମୟରେ ପ୍ରୟାଗରାଜ ନିକଟ ଦାନୱାର-ସୋମନା ନିକଟରେ ଏକ ଲୁହା ରଡ୍ ଝରକା କାଚ ଭାଙ୍ଗି ସିଟରେ ବସିଥିବା ହୃଷୀକେଶ ଦୁବେଙ୍କ ବେକରେ ପଶି ଯାଇଥିଲା । ଅଚାନକ ଏପରି ଘଟଣା ଯୋଗୁଁ ଟ୍ରେନରେ ଥିବା ଅନ୍ୟ ଯାତ୍ରୀମାନେ ଡରି ଯାଇଥିଲେ ।

ରେଳବାଇ କହିଛି ଯେ, ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି ସେଠାରେ ରେଳବାଇର କିଛି ନିର୍ମାଣ କାର୍ଯ୍ୟ ଚାଲିଥିଲା ​​। ସେଠାରୁ ଟ୍ରେନ୍ ଭିତରକୁ ଲୁହା ରଡ୍ ପଶି ଆସିଥିଲା। ଆରପିଏଫ୍ ଓ ଜିଆରପି ତରଫରୁ ଏହି ଘଟଣାର ମିଳିତ ତଦନ୍ତ କରାଯାଉଛି ।

Comments are closed.