ହକି ବିଶ୍ୱକପ : କଳିଙ୍ଗରେ ଡଚ ଟିମର ଗୋଲ ସ୍କୋରିଂ ରେକର୍ଡ, ଚିଲିକୁ ୧୪-୦ ଗୋଲରେ ଦେଲା ମାତ୍

ଭୁବନେଶ୍ୱର – ଚଳିତ ହକି ବିଶ୍ୱକପ ରେ ତିନିଥରର ଚାମ୍ପିଅନ ନେଦରଲ୍ୟାଣ୍ଡସ ସୃଷ୍ଟି କରିଛି ନୂଆ ରେକର୍ଡ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ ‘ସି ମ୍ୟାଚରେ ନେଦରଲ୍ୟାଣ୍ଡସ ପଦାର୍ପଣ ବିଶ୍ୱକପ ଖେଳୁଥିବା ଚିଲିକୁ ୧୪-୦ ଗୋଲରେ ହରାଇଛି । ହକି ବିଶ୍ୱକପର ଏହା ହେଉଛି କୈାଣସି ଦଳର ସର୍ବାଧିକ ଗୋଲ । ଏ କ୍ଷେତ୍ରରେ ଅଷ୍ଟ୍ରେଲିଆର ପୂର୍ବ ରେକର୍ଡ ଭଙ୍ଗ କରିଛି ନେଦରଲ୍ୟାଣ୍ଡସ । ପୂର୍ବରୁ ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ବିଶ୍ୱକପରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୧୨-୦ ଗୋଲରେ ହରାଇଥିଲା । ଆଜିର ବିଜୟ ସହ ନେଦରଲ୍ୟାଣ୍ଡସ ଗ୍ରୁପ ଟପ୍ପର ହୋଇ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜିର ମ୍ୟାଚରେ ନେଦରଲାଣ୍ଡ ପକ୍ଷରୁ ଜିପ୍ ଜାନସେନ ହ୍ୟାଟ୍ରିକ ସହ ସର୍ବାଧିକ ୪ଟି ଗୋଲ କରିଥିଲେ। ଅଧିନାୟକ ଥିଏରି ବ୍ରିଙ୍କମ୍ୟାନ ମଧ୍ୟ ହ୍ୟାଟ୍ରିକ ହାସଲ କରିଥିଲେ।

Comments are closed.