ଆସିଲା ନୂଆ ଅବକାରୀ ନୀତି: ନୂଆ ଅଫ ସପ୍ ମଦ ଦୋକାନ ପାଇଁ ମିଳିବ ନାହିଁ ଅନୁମତି

ଭୁବନେଶ୍ୱର – ଘୋଷିତ ହୋଇଛି ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି । ୨୦୨୩-୨୪ ବର୍ଷ ପାଇଁ ଘୋଷିତ ନୀତି ଅନୁସାରେ ଆସନ୍ତା ଏପ୍ରିଲ ପହିଲାରୁ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମଏଫଏଲ) ଦର ବୃଦ୍ଧି ପାଇବ । ଏହାସହିତ ଆସନ୍ତା ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଅଫ୍ ସପ୍ ମଦ ଦୋକାନ ଖୋଲିବା ପାଇଁ ଅନୁମତି ମିଳିବ ନାହିଁ ।

ସମସ୍ତ ପ୍ରକାର ଅଫ-ସପ୍ ମଦ ଦୋକାନ ସଂଖ୍ୟା ବୃଦ୍ଧି ଉପରେ କଟକଣା ଜାରି ହୋଇଛି । ତେବେ ଏସବୁ ଦୋକାନର ନବୀକରଣ ପାଇଁ ସରକାର ଅନୁମତି ଦେଇଛନ୍ତି । ଗ୍ରାମାଂଚଳରେ କୌଣସି ପ୍ରକାରର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । କେବଳ ସହରାଂଚଳରେ ତାରକା ହୋଟେଲ ଓ ଅନ୍ୟ ହୋଟେଲଗୁଡ଼ିକର ରୁମ୍ ସଂଖ୍ୟାକୁ ଦୃଷ୍ଟିରେ ରଖି ଅବକାରୀ କମିଶନର ଅନ୍ ସପ୍ ଲାଇସେନ୍ସ ପ୍ରଦାନ କରିପାରିବେ ।

ନୂଆ ଅବକାରୀ ନୀତିରେ ଲାଇସେନ୍ସ ଫି’, ଏମଜିକ୍ୟୁ, ମଦ ପ୍ରସ୍ତୁତ ପାଇଁ ଆବେଦନ ଫି’, ଯୋଗାଣକାରୀ ଓ ରିଟେଲର ଫି’ରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଅନ୍ ସପ୍ ମଦଦୋକାନକୁ ଅଫ୍ ସପ୍ ଭଳି କାଉଣ୍ଟର ବିକ୍ରି ଉପରେ କଟକଣା ଜାରି ହୋଇଛି । ସମସ୍ତ ଅଫ ସପ୍‌, ଅନ ସପ୍ ଲାଇସେନ୍ସଧାରୀଙ୍କୁ ସବୁ ପରିମାଣର ବିଦେଶୀ ମଦ ନେବାକୁ ପଡ଼ିବ ।

Comments are closed.