ପ୍ରଥମ ଦିନିକିଆ: ଭାରତକୁ ହରାଇଲେ ଲାଥମ୍, ଓ୍ବିଲିୟମସନ୍

ଅକଲ୍ୟାଣ୍ଡ:ଟମ୍ ଲାଥମଙ୍କ ଅପରାଜିତ ଶତକ ବଳରେ ଶୁକ୍ରବାର ଅକଲ୍ୟାଣ୍ଡରେ ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ ଦଳ ୭ ୱିକେଟରେ ଭାରତକୁ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ କ୍ରିକେଟରେ ଟିମ୍ ଇଣ୍ଡିଆର ଏହା କ୍ରମାଗତ ପଞ୍ଚମ ପରାଜୟ ।

ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୦୬ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଭାରତ ପକ୍ଷରୁ ତିନିଜଣ ବ୍ୟାଟ୍ସମ୍ୟାନ୍ ଅଧିନାୟକ ଶିଖର ଧାୱନ (୭୨), ଶୁବମାନ ଗିଲ (୫୦) ଏବଂ ଶ୍ରେୟାସ ଆୟର (୮୦) ଅର୍ଦ୍ଧଶତକ ହାସଲ କରିଥିଲେ।

୩୦୭ ରନର ଜବାବରେ ନ୍ୟୁଜିଲ୍ୟାଣ୍ଡ ୪୭.୧ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡ ଏକଦା ୮୮ ରନରେ ୩ ଓ୍ବିକେଟ୍ ହରାଇ ଦେଇଥିଲା । ହେଲେ ଅଧିନାୟକ କେନ୍ ୱିଲିୟମ୍ସନ୍ ( ଅପରାଜିତ ୯୪) ଏବଂ ଟମ୍ ଲାଥାମ୍ ଚତୁର୍ଥ ୱିକେଟରେ ଅବିଭକ୍ତ ୨୨୧ ରନର ଭାଗିଦାରୀ ସହ ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲେ । ଲଥାମ୍ ମାତ୍ର ୧୦୪ଟି ବଲରେ ୧୯ଟି ଚୌକା ଓ ୫ଟି ଛକା ସହ କ୍ୟାରିୟର ଶ୍ରେଷ୍ଠ ୧୪୫ ରନ୍ କରିଥିଲେ।
ଭାରତ ପକ୍ଷରୁ ଡେବୁଟାଣ୍ଟ ଉମ୍ରାନ ମଲିକ ୨ଟି ଓ୍ବିକେଟ୍ ନେଇଥିଲେ।

୨୦୧୯ ବିଶ୍ୱକପ ପରଠାରୁ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତର ଏହା କ୍ରମାଗତ ପଞ୍ଚମ ପରାଜୟ |

Comments are closed.