ସୁରକ୍ଷା କାରଣରୁ ନ୍ୟୁଜିଲଣ୍ଡ ଦଳର ପାକିସ୍ତାନ ଗସ୍ତ ବାତିଲ

କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲଣ୍ଡ ଟିମ୍ ପାକିସ୍ତାନ ଗସ୍ତ ବାତିଲ କରିଛି। ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଏଥିପାଇଁ କିଛି ଦିନ ତଳେ ନ୍ୟୁଜିଲଣ୍ଡ ଟିମ୍ ପାକିସ୍ତାନରେ ପହଞ୍ଚିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୧୮ ବର୍ଷ ପରେ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଗସ୍ତରେ ଆସିଥିଲା। ଏହି ଗସ୍ତରେ ନ୍ୟୁଜିଲ୍ୟାଣ୍ଡ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ଥିଲା |

ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିରିଜ୍ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଏହା ପରେ ଖେଳାଯିବ ।

ସୁରକ୍ଷା ଜନିତ ବିପଦ ସ୍ତରକୁ ଦର୍ଶାଇ ନ୍ୟୁଜିଲ୍ୟାଣ୍ଡ ବର୍ତ୍ତମାନର ପାକିସ୍ତାନ ଗସ୍ତକୁ ବାତିଲ କରିଛି। ନ୍ୟୁଜିଲ୍ୟାଣ୍ଡ କ୍ରିକେଟ୍ (ଏନଜେଡସି) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ହ୍ବାଇଟ୍ କହିଛନ୍ତି ଯେ ନ୍ୟୁଜିଲାଣ୍ଡ ସରକାରଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଗସ୍ତ ଜାରି ରଖିବା ସମ୍ଭବ ନୁହେଁ। ସେ କହିଛନ୍ତି, “ମୁଁ ବୁଝୁଛି ଏହା ପାକିସ୍ତାନ କ୍ରିକେଟ୍ ବୋର୍ଡ ପାଇଁ ଏକ ଝଟକା ହେବ। କିନ୍ତୁ ଖେଳାଳିଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଏକମାତ୍ର ଦାୟିତ୍ୱବୋଧ ବିକଳ୍ପ ଆମେ ମନେ କରୁଛୁ।”

Comments are closed.