ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର | News Room Odisha

ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ : ଏଣିକି ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ, ପରିବାରକୁ ରୋଗୀଙ୍କ ସ୍ଥିତି ବିଷୟରେ ଦିଆଯିବ ସୂଚନା

୨.ରାଜ୍ୟରେ କୋରୋନା ସୁସ୍ଥଙ୍କ ସଂଖ୍ୟା ଦେଢ ଲକ୍ଷ ପାର, ଦିନକରେ ସୁସ୍ଥ ହେଲେ ୩ ହଜାର ୮୩୪ ରୋଗୀ

୩.କୋଲ୍ ବ୍ଲକ୍ ନିଲାମ ପ୍ରକ୍ରିୟାକୁ ତିନି ମାସ ସ୍ଥଗିତ ରଖିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

୪.କୋରୋନା କଟକଣାରେ ବସିବ ବିଧାନସଭା ଅଧିବେଶନ, ଦର୍ଶକ ଗ୍ୟାଲେରୀରେ ବି ବସିପାରିବେ ବିଧାୟକ, ସବୁ ଗଣମାଧ୍ୟମର ଗୋଟିଏ ଟିମକୁ ଅନୁମତି

୫.ନାବାଳିକା ଗଣଦୁଷ୍କର୍ମ ମାମଲା, ଓଟିଭି ଏମଡିଙ୍କୁ ପୁଣି ସମନ କଲେ ମହିଳା କମିଶନ

୬.କୋରୋନା କାଳରେ ଗ୍ରାହକଙ୍କ ପାଇଁ ଏସବିଆଇର ଦେଲା ଆଶ୍ୱସ୍ତି, ଋଣ ପରିଶୋଧ ପାଇଁ ଅତିରିକ୍ତ ଦୁଇ ବର୍ଷ ସମୟ

୭.୨୦୧୫ରୁ ୫୮ଟି ଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଗସ୍ତ ବାବଦରେ ବ୍ୟୟ ହୋଇଛି ୫୧୭ କୋଟି ଟଙ୍କା