ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷିତ, ତିନିଜଣ ବୈଜ୍ଞାନିକ ମିଳିତ ଭାବେ ପାଇବେ ସମ୍ମାନ, ବ୍ଲାକହୋଲ୍ ସୃଷ୍ଟି ଓ ଆକାଶଗଙ୍ଗା ସଂପର୍କରେ କରିଥିଲେ ଗବେଷଣା | News Room Odisha

ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ଘୋଷିତ, ତିନିଜଣ ବୈଜ୍ଞାନିକ ମିଳିତ ଭାବେ ପାଇବେ ସମ୍ମାନ, ବ୍ଲାକହୋଲ୍ ସୃଷ୍ଟି ଓ ଆକାଶଗଙ୍ଗା ସଂପର୍କରେ କରିଥିଲେ ଗବେଷଣା

ଷ୍ଟକହୋମ- ଏ ବର୍ଷର ପଦାର୍ଥ ବିଜ୍ଞାନ ନୋବେଲ ପୁରସ୍କାର ଘୋଷଣା ହୋଇଛି । ୨୦୨୦ ପାଇଁ ତିନି ଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇବେ । ସେମାନେ ହେଲେ ରୋଜର୍ ପୋନରୋଜ୍‌, ରେନହାର୍ଡ ଗେଂଜେଲ୍ ଓ ଆଂଡ୍ରିଆ ଘେଜ୍ ।

ବ୍ଲାକହୋଲ୍ ସୃଷ୍ଟିର ରହସ୍ୟ ଉନ୍ମୋଚନ କରିଥିଲେ ରୋଜର ପେନରୋଜ୍ । ଆକାଶଗଙ୍ଗାକୁ ନେଇ ଗବେଷଣା କରିଥିଲେ ରେନହାର୍ଡ ଓ ଆଂଡ୍ରିଆ । ଦୁହେଁ, ଆକାଶଗଙ୍ଗାର ମଝିରେ ସାଜିଟାରିଅସ୍ ଏ ନାମକ ବସ୍ତୁ ଆବିଷ୍କାର କରିଥିଲେ । ଏହି ବସ୍ତୁ ଯୋଗୁଁ ଆକାଶଗଙ୍ଗାର ତାରକାପୁଂଜ ନିୟନ୍ତ୍ରିତ ହୁଅନ୍ତି ।

Nobel laureate in physics