ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ- ଡବ୍ଲ୍ୟୁଏଫପିକୁ ମିଳିବ ୨୦୨୦ର ନୋବେଲ ଶାନ୍ତି ପୁରସ୍କାର

ଓସ୍‌ଲୋ- ୨୦୨୦ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ବା ୱାର୍ଲଡ ଫୁଡ୍ ପ୍ରୋଗ୍ରାମ-ଡବ୍ଲ୍ୟୁଏଫପିକୁ ମିଳିବ । ବିଶ୍ୱରେ କ୍ଷୁଧା ନିବାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡବ୍ଲ୍ୟୁଏଫପିକୁ ମିଳିବ ନୋବେଲ୍ ଶାନ୍ତି ପୁରସ୍କାର । ଓସଲୋ ସ୍ଥିତ ନରୱେ ନୋବେଲ ଶାନ୍ତି ପୁରସ୍କାର କମିଟି ପକ୍ଷରୁ ଏହା ଘୋଷଣା କରାଯାଇଛି । ବିଶ୍ୱର ସଂଘର୍ଷ ପ୍ରଭାବିତ ଅଂଚଳରେ କ୍ଷୁଧାକୁ ଏକ ଅସ୍ତ୍ର ରୂପେ ବ୍ୟବହାର ବିରୋଧରେ ଉଦ୍ୟମ କରିଛି ଡବ୍ଲ୍ୟୁଏଫପି । କ୍ଷୁଧା ବିରୋଧରେ ଲଢେଇ ସହ ଲୋକଙ୍କ ସ୍ଥିତି ସୁଧାରିବାରେ ଏହାର ଭୂମିକା ପ୍ରଶଂସନୀୟ ବୋଲି ନୋବେଲ ଶାନ୍ତି ପୁରସ୍କାର କମିଟି କହିଛି । ବିଶ୍ୱର ୮୮ଟି ଦେଶରେ ଡବ୍ଲ୍ୟୁଏଫଓ କାର୍ଯ୍ୟକରୁଛି । ବର୍ଷକୁ ଆନୁମାନିକ ୯୭ ମିଲିଅନ ଲୋକଙ୍କୁ ଏହି ସଂଗଠନ ସହାୟତା କରୁଛି ।

 

Comments are closed.