ଅକ୍ଟୋବର ୨୬ରୁ ଉତ୍ତର-ପୂର୍ବ ମୌସୁମୀ ବାୟୁର ଆଗମନ

ନୂଆଦିଲ୍ଲୀ: ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଆରମ୍ଭ ହେବା ସହ ଉତ୍ତର-ପୂର୍ବ ମୌସୁମୀର ଆଗମନ ବିଷୟରେ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ପାଣିପାଗ ବିଭାଗ କହିଛି ଯେ ପଶ୍ଚିମ ତଟରେ ଲଘୁଚାପ ବଳୟ ଯୋଗୁଁ ଦେଶର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଆଇଏମଡି ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଛନ୍ତି ଯେ ସଦ୍ୟତମ ତଥ୍ୟ ଅନୁଯାୟୀ ଆସନ୍ତାକାଲି ଉତ୍ତର ପୂର୍ବ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେବ । ଅକ୍ଟୋବର ୨୬ରେ ଉତ୍ତର ପୂର୍ବ ମୌସୁମୀ ତାମିଲନାଡୁ ଉପକୂଳ ଛୁଇଁବ ବୋଲି ସେ କହିଛନ୍ତି ।

ପାଣିପାଗ ବିଭାଗ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରେ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବର୍ଷା ଜାରି ରହିବ। ବିଭାଗ କହିଛି ଯେ ପଶ୍ଚିମ ହିମାଳୟ ଅଞ୍ଚଳରେ ଏକ ନୂତନ ପାଶ୍ଚାତ୍ୟ ବିଭ୍ରାଟ ସୃଷ୍ଟି ହେଉଛି, ଯେଉଁଥିପାଇଁ ପ୍ରବଳ ବର୍ଷା ଓ

Comments are closed.