ନୂଆ ବିଦ୍ୟୁତ ନିୟମ ନେଇ ବିଜ୍ଞପ୍ତି ପ୍ରକାଶ: ଧାର୍ଯ୍ୟ ସମୟ ଠାରୁ ଅଧିକ ବିଦ୍ୟୁତ କାଟ ହେଲ ଉପଭୋକ୍ତାଙ୍କୁୁ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ – ଦେଶର ବିଦ୍ୟୁତ ଉପଭୋକ୍ତାଙ୍କୁ ଅଧିକ ଅଧିକାର ପ୍ରଦାନ କରିବା ଲକ୍ଷ୍ୟ ନେଇ ନୂଆ ବିଦ୍ୟୁତ ନିୟମ ଲାଗୁ ହୋଇଛି । ‘ଦି ଇଲେକ୍ଟ୍ରିସିଟି (ରାଇଟ୍‌ସ ଅଫ୍ କନ୍‌ଜ୍ୟୁମର୍ସ) ରୁଲ୍‌ସ:୨୦୨୦ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ନୂଆ ବିଦ୍ୟୁତ ନିୟମ ଅନୁସାରେ ଉପଭୋକ୍ତାଙ୍କୁ ଏଥର ୨୪ ଘଣ୍ଟା ବିଦ୍ୟୁତସେବା ପାଇବାର ଅଧିକାର ମିଳିବ । ଯଦି ବିଦ୍ୟୁତ କମ୍ପାନୀ ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ଲାଇନ୍ କାଟ୍ କରୁଛନ୍ତି, ତେବେ ସେମାନେ ଉପଭୋକ୍ତାଙ୍କୁ କ୍ଷତିପୂରଣ ଦେବାକୁ ପଡିବ । ବିଜ୍ଞପ୍ତି ପ୍ରକାଶ କରାଯିବା ସହ ଏହି ନୂଆ ଆଇନ ନିୟମ ସାରା ଦେଶରେ ଲାଗୁ ହୋଇଛି । ଏହି ନୂଆ ନିୟମ ଲାଗୁ ହେବା ସହ ବିଦ୍ୟୁତ କମ୍ପାନୀଙ୍କ ମନମୁଖୀ ଆଭିମୁଖ୍ୟ ଶେଷ ହେବ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ କହିଛନ୍ତି ।

ନୂଆ ବିଦ୍ୟୁତ ନିୟମରେ ଉପଭୋକ୍ତାଙ୍କୁ ଅଧିକ ଅଧିକାର ପ୍ରଦାନ କରାଯାଇଛି । ଏବେ ସାରା ଦେଶରେ ବିଜୁଳି କମ୍ପାନୀ ମନମୁଖି ଆଭିମୁଖ୍ୟ ଯୋଗୁଁ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ପାଖରେ ସୀମିତ ବିକଳ୍ପ ରହିଛି । ନୂଆ ଆଇନ ଏହିସବୁ ସମସ୍ୟାକୁ ଦୂର କରିବ ବୋଲି ମନ୍ତ୍ରୀ ସିଂହ କହିଛନ୍ତି । ନୂଆ ବିଦ୍ୟୁତ ନିୟମ ନେଇ ଶକ୍ତି ମନ୍ତ୍ରାଳୟ ସେପ୍ଟେମ୍ବରରେ ଡ୍ରାଫ୍ଟ ଜାରି କରିଥିଲା । ଏହାକୁ ନେଇ ୧୦୦ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ମିଳିଥିଲା । ଏହି ପ୍ରସ୍ତାବ ଗୁଡିକୁ ଚୂଡାନ୍ତ ନିୟମାବଳୀରେ ସାମିଲ କରାଯାଇଛି ।

Comments are closed.