ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୬୨ରେ ଅଲ୍ଆଉଟ୍, ଟିମ୍ ଇଣ୍ଡିଆ ୨୬୩ ରନରେ ଆଗୁଆ

ମୁମ୍ବାଇ: ୱାଙ୍ଖେଡେ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ମାତ୍ର ୬୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଟେଷ୍ଟ କ୍ରିକେଟରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ଏହା ସର୍ବନିମ୍ନ ସ୍କୋର। ଆର ଅଶ୍ୱିନ୍ ଭାରତ ପକ୍ଷରୁ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରିଜ୍ ୩ଟି ଓ୍ବିକେଟ୍ ନେଇଛନ୍ତି । ଟିମ୍ ଇଣ୍ଡିଆ ୨୬୩ ରନର ବୃହତ ଅଗ୍ରଣୀ ହାସଲ କରିଛି | ତେବେ ଅଧିନାୟକ ବିରାଟ କୋହଲି ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେଇନାହାଁନ୍ତି । ବରଂ ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ।

ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୩୨୫ ରନ୍ କରିଥିଲା। ଭାରତ ପକ୍ଷରୁ ମୟଙ୍କ ଅଗ୍ରୱାଲ ଚମତ୍କାର ୧୫୦ ରନ୍ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ସ୍ପିନର୍ ଏଜାଜ ପଟେଲ ଭାରତୀୟ ଇନିଂସର ୧୦ଟି ଯାକ ଓ୍ବିକେଟ୍ ନେଇ ବିରଳ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସେ ବିଶ୍ବର କେବଳ ତୃତୀୟ ବୋଲର ଭାବେ ଏକ ଟେଷ୍ଟ ଇନିଂସରେ ୧୦ଟି ଯାକ ଓ୍ବିକେଟ୍ ନେଇଥିଲେ । ତାଙ୍କ ପୂର୍ବରୁ ଇଂଲଣ୍ଡର ଜିମ୍ ଲେକର୍ ଓ ଭାରତର ଅନିଲ କୁମ୍ବଲେ ଏକ ଇନିଂସରେ ୧୦ଟି ଓ୍ବିକେଟ୍ ହାସଲ କରିଥିଲେ ।

Comments are closed.