ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ

ଭୁବନେଶ୍ୱର – ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଥିବା କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳର ଟିକେଟ ପାଇଁ ୧୦ ହଜାରରୁ ଅଧିକ ଦରଖାସ୍ତ ଆସିଛି। ଟିକେଟ ଆବେଦନକାରୀଙ୍କ ମଧ୍ୟରେ ଅନେକ ପେଷାଦାର ଓ ଜାତୀୟ ଦଳର ନେତାମାନେ ମଧ୍ୟ ଅଛନ୍ତି । ବିଜେଡି ଟିକେଟ ପାଇଁ ଏତେ ସଂଖ୍ୟକ ଆବେଦନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ଵାସ ସ୍ପଷ୍ଟ [...]

Admin•ଫେବୃଆରୀ 25, 2024
Share Article:

ଭୁବନେଶ୍ୱର – ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଥିବା କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳର ଟିକେଟ ପାଇଁ ୧୦ ହଜାରରୁ ଅଧିକ ଦରଖାସ୍ତ ଆସିଛି। ଟିକେଟ ଆବେଦନକାରୀଙ୍କ ମଧ୍ୟରେ ଅନେକ ପେଷାଦାର ଓ ଜାତୀୟ ଦଳର ନେତାମାନେ ମଧ୍ୟ ଅଛନ୍ତି । ବିଜେଡି ଟିକେଟ ପାଇଁ ଏତେ ସଂଖ୍ୟକ ଆବେଦନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ଵାସ ସ୍ପଷ୍ଟ ଜଣାପଡୁଛି ବୋଲି ଯାଜପୁର ବିଧାୟକ କହିଛନ୍ତି।

ଲଗାତର ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ରାଜ୍ୟର ଜନତା ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ନିଷ୍ପତ୍ତି ନେଇ ସାରିଲେଣି ବୋଲି ଯାଜପୁର ବିଧାୟକ କହିଛନ୍ତି। ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଆଶୀର୍ବାଦରେ ବିଜେଡି ଆଗାମୀ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବ ବୋଲି ଦୃଢ଼ତାର ସହ କହିଛନ୍ତି ପ୍ରଣବ।

#Odia#Odisha#News
Share Article:

Related Articles