ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଶା

ବିଧାନସଭା ଉପନିର୍ବାଚନ : ତିର୍ତୋଲ ଆସନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ ପ୍ରଚାର କଲେ ସୁପ୍ରିମୋ ନବୀନ, ଏଥର ମଧ୍ୟ ବିଜେଡିକୁ ଜିତାଇବା ପାଇଁ ଅପିଲ

ଭୁବନେଶ୍ୱର- ତିର୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି ଯେ, ତିର୍ତୋଲର ଜନସାଧାରଣ ସବୁବେଳେ ବିଜୁ ପରିବାର ସହ ରହିଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ସେମାନେ ବିଜୁ ଜନତା ଦଲ ପ୍ରତି ସମର୍ଥନ ଜାରି ରଖିବେ । ପୂର୍ବତନ ବିଧାୟକ [...]

Admin•ଅକ୍ଟୋବର 28, 2020
Share Article:

ଭୁବନେଶ୍ୱର- ତିର୍ତୋଲ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭର୍ଚୁଆଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ।

ନବୀନ କହିଛନ୍ତି ଯେ, ତିର୍ତୋଲର ଜନସାଧାରଣ ସବୁବେଳେ ବିଜୁ ପରିବାର ସହ ରହିଆସିଛନ୍ତି । ଆଗାମୀ ଦିନରେ ମଧ୍ୟ ସେମାନେ ବିଜୁ ଜନତା ଦଲ ପ୍ରତି ସମର୍ଥନ ଜାରି ରଖିବେ । ପୂର୍ବତନ ବିଧାୟକ ସ୍ୱର୍ଗତଃ ବିଷ୍ଣୁ ଦାସଙ୍କୁ ମନେ ପକାଇ ନବୀନ କହିଛନ୍ତି ଯେ, ତିର୍ତୋଲବାସୀ ତାଙ୍କୁ ଜିତାଇଥିଲେ ।

ତିର୍ତୋଲ ବିକାଶ ନେଇ ବିଷ୍ଣୁ ବାବୁ ତାଙ୍କୁ ବହୁତ ଥର ଭେଟୁଥିଲେ ବୋଲି ନବୀନ କହିଥିଲେ । ତିର୍ତୋଲରେ ୨ଟି ବଡ ସେତୁ ପାଇଁ କାମ ଆରମ୍ଭ ହୋଇଛି ।ଏଠାକାର ଶିକ୍ଷା, ସ୍ୱାସ୍ଥ୍ୟ, ଭିତିଭୂମିର ବିକାଶ ବିଜେଡିର ଲକ୍ଷ୍ୟ ବୋଲି ନବୀନ କହିଥିଲେ ।

ଯୁବକ, ଯୁବତୀଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି ଆମର ପ୍ରାଥମିକତା । ରାଜ୍ୟରେ କେହି ବି ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେ ନାହିଁ ବୋଲି କହିଥିଲେ ବିଜେଡି ସୁପ୍ରିମୋ । ତିର୍ତୋଲରେ ମିଶନ ଶକ୍ତିର ମାଆମାନେ ବିକାଶର ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେମାନଙ୍କ ସହ ସେ ସବୁବେଳେ ଅଛନ୍ତି । ତିର୍ତୋଲକୁ ବିକାଶ ପଥରେ ଆଗେଇ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

କୋରୋନା ସରିବା ପରେ ସେ ତିର୍ତୋଲକୁ ସ୍ପେଶାଲ୍ ଟୁର୍ କରି ବିକାଶ କାର୍ଯ୍ୟ ଦେଖିବେ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।

#Odisha#Featured#Odia#ଓଡ଼ିଶା#Tirtol
Share Article:

Related Articles

Newsroom•ସେପ୍ଟେମ୍ବର 22, 2026
Odisha Govt Transfers 4 IPS Officers
Newsroom•ସେପ୍ଟେମ୍ବର 21, 2026
Odisha Final Electoral Roll Published With 3.16 Crore Electors
Newsroom•ସେପ୍ଟେମ୍ବର 21, 2026
Ganjam Steps Up Preparedness as Deep Depression Threatens Heavy Rainfall; Red Warning for Sept 23-24