ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲୋକସଭା ନିର୍ବାଚନ ୨୦୨୪ ହେବ ସବୁଠୁ ବ୍ୟୟବହୁଳ, ଖର୍ଚ୍ଚ ପରିମାଣ ୧.୩୫ ଲକ୍ଷ କୋଟି ଛୁଇଁବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନୀ ଇଭେଣ୍ଟ୍ ହେବ। ସବୁ ପୂର୍ବ ରେକର୍ଡ ଭାଙ୍ଗିବ ଏହି ନିର୍ବାଚନ। ଏହି ଲୋକସଭା ନିର୍ବାଚନରେ ​​ଆନୁମାନିକ ବ୍ୟୟ ୧.୩୫ ଲକ୍ଷ କୋଟି ଛୁଇଁବ, ଯାହା ୨୦୧୯ ନିର୍ବାଚନରେ ​​ହୋଇଥିବା ଖର୍ଚ୍ଚର ଦୁଇଗୁଣରୁ ଅଧିକ। ସେଣ୍ଟର ଫର ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ନାମକ ଏକ ଏନଜିଓ ଏପରି ଦାବି କରିଛି । ୨୦୧୯ ସାଧାରଣ ନିର୍ବାଚନରେ ​​ପ୍ରାୟ ୬୦,୦୦୦ କୋଟି ଖର୍ଚ୍ଚ ହୋଇଥିଲା। ‘ସିଏମ୍ଏସ୍’ର ସଭାପତି ଏନ୍ [...]

Admin•ଅପ୍ରେଲ 25, 2024
Share Article:

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ବିଶ୍ବର ସବୁଠାରୁ ବ୍ୟୟବହୁଳ ନିର୍ବାଚନୀ ଇଭେଣ୍ଟ୍ ହେବ। ସବୁ ପୂର୍ବ ରେକର୍ଡ ଭାଙ୍ଗିବ ଏହି ନିର୍ବାଚନ। ଏହି ଲୋକସଭା ନିର୍ବାଚନରେ ​​ଆନୁମାନିକ ବ୍ୟୟ ୧.୩୫ ଲକ୍ଷ କୋଟି ଛୁଇଁବ, ଯାହା ୨୦୧୯ ନିର୍ବାଚନରେ ​​ହୋଇଥିବା ଖର୍ଚ୍ଚର ଦୁଇଗୁଣରୁ ଅଧିକ। ସେଣ୍ଟର ଫର ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍) ନାମକ ଏକ ଏନଜିଓ ଏପରି ଦାବି କରିଛି । ୨୦୧୯ ସାଧାରଣ ନିର୍ବାଚନରେ ​​ପ୍ରାୟ ୬୦,୦୦୦ କୋଟି ଖର୍ଚ୍ଚ ହୋଇଥିଲା।

‘ସିଏମ୍ଏସ୍’ର ସଭାପତି ଏନ୍ ଭାସ୍କର ରାଓ କହିଛନ୍ତି, ନିର୍ବାଚନରେ ଏପରି ବ୍ୟାପକ ଖର୍ଚ୍ଚରେ ରାଜନୈତିକ ଦଳ ତଥା ସଂଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିଶନଙ୍କ ସମେତ ନିର୍ବାଚନ ସହ ଜଡିତ ସମସ୍ତ ପରୋକ୍ଷ ଓ ପ୍ରତ୍ୟକ୍ଷ ଖର୍ଚ୍ଚ ସାମିଲ। ରାଓ କହିଛନ୍ତି, ପ୍ରାରମ୍ଭରେ ଆମେ ଚଳିତ ଲୋକସଭା ନିର୍ବାଚନରେ ଖର୍ଚ୍ଚ ପରିମାଣ ୧.୨ ଲକ୍ଷ କୋଟି ବୋଲି ଆକଳନ କରିଥିଲୁ। ତେବେ ନିର୍ବାଚନୀ ବଣ୍ଡ୍ ତଥ୍ୟ ପ୍ରକାଶ ପାଇବା ପରେ ଆମେ ଏହି ସଂଖ୍ୟା ୧.୩୫ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏହି ନିର୍ବାଚନ ଖର୍ଚ୍ଚ ଆକଳନରେ ଭୋଟ୍ ତାରିଖ ଘୋଷଣା ପୂର୍ବରୁ ୩-୪ ମାସ ପୂର୍ବରୁ ହୋଇଥିବା ଖର୍ଚ୍ଚ ମଧ୍ୟ ସାମିଲ । ନିର୍ବାଚନୀ ବଣ୍ଡ୍ ବ୍ୟତୀତ ନିର୍ବାଚନ ପ୍ରକ୍ରିୟାକୁ ବିଭିନ୍ନ ଉପାୟରେ ଟଙ୍କା ଆସୁଛି ବୋଲି ରାଓ ଦାବି କରିଛନ୍ତି।

ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ନାମକ ଅନ୍ୟ ଏକ ଏନଜିଓ ଦ୍ବାରା କରାଯାଇଥିବା ସର୍ଭେ ଅନୁଯାୟୀ ଭାରତରେ ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତାର ଅଭାବ ରହିଛି। ସର୍ଭେରୁ ଜଣାପଡିଛି ଯେ, ୨୦୦୪-୦୫ ଠାରୁ ୨୦୨୨-୨୩ ପର୍ଯ୍ୟନ୍ତ ଦେଶର ୬ଟି ପ୍ରମୁଖ ରାଜନୈତିକ ଦଳଙ୍କୁ ପ୍ରାୟ ୬୦% ପାଣ୍ଠି ଅର୍ଥାତ୍ ୧୯,୦୮୩ କୋଟି ଅଜଣା ଉତ୍ସରୁ ଆସିଛି।

#Odia#Odisha#News
Share Article:

Related Articles