ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କଲେ ସୁପ୍ରିମକୋର୍ଟ, ରିଟର୍ଣ୍ଣିଂ ଅଫିସରଙ୍କୁ ଅଦାଲତ ଅବମାନନା ନୋଟିସ୍
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ପୂର୍ବ ଫଳାଫଳକୁ ରଦ୍ଦ କରିଛନ୍ତି । ଏହାଛଡ଼ା କୋର୍ଟଙ୍କୁ ମିଛ କହିଥିବାରୁ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତିି ସୁପ୍ରିମକୋର୍ଟ । ଚଣ୍ଡିଗଡ଼ ମେୟର ନିର୍ବାଚନ ପରିଚାଳନା କରିଥିବା ମସିହ ଆପ୍-କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ପଡ଼ିଥିବା ୮ଟି ଭୋଟକୁ ଜାଣିଶୁଣି ନାକଚ କରିଥିବା ଅଭିଯୋଗ ହୋଇଥିଲା [...]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି। ଏଥିସହ ସୁପ୍ରିମକୋର୍ଟ ପୂର୍ବ ଫଳାଫଳକୁ ରଦ୍ଦ କରିଛନ୍ତି ।
ଏହାଛଡ଼ା କୋର୍ଟଙ୍କୁ ମିଛ କହିଥିବାରୁ ରିଟର୍ଣ୍ଣିଂ ଅଫିସର ଅନିଲ ମସିହଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତିି ସୁପ୍ରିମକୋର୍ଟ । ଚଣ୍ଡିଗଡ଼ ମେୟର ନିର୍ବାଚନ ପରିଚାଳନା କରିଥିବା ମସିହ ଆପ୍-କଂଗ୍ରେସ ପ୍ରାର୍ଥୀ ସପକ୍ଷରେ ପଡ଼ିଥିବା ୮ଟି ଭୋଟକୁ ଜାଣିଶୁଣି ନାକଚ କରିଥିବା ଅଭିଯୋଗ ହୋଇଥିଲା । ତିନି ସପ୍ତାହ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ତାଙ୍କୁ କୁହାଯାଇଛି।
ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ରାୟକୁ ‘ଗଣତନ୍ତ୍ରର ବିଜୟ’ ବୋଲି କହିବା ସହ ନିର୍ବାଚନରେ ଜାଲିଆତି ପାଇଁ ବିଜେପିକୁ ଭର୍ତ୍ସନା କରିଛି ।
ଏହି ମାମଲାରେ ସୋମବାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନର ସମସ୍ତ ବାଲଟ୍ ପେପର ଓ ଭିଡିଓ ରେକର୍ଡିଂ ମଙ୍ଗଳବାର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଆଜି ଶୁଣାଣି ବେଳେ ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ନାକଚ କରିଥିବା ୮ ବାଲଟ୍ ପେପରକୁ ଯାଞ୍ଚ୍ କରିଥିଲେ । ଏହି ୮ ଭୋଟ୍ ଆପ୍ ପ୍ରାର୍ଥୀ କୁଲଦୀପ କୁମାରଙ୍କ ସପକ୍ଷରେ ପଡ଼ିଥିଲା । କିନ୍ତୁ ମସିହ ଏଗୁଡ଼ିକୁ ଜାଣିଶୁଣି ବିକୃତ କରି ଅବୈଧ ଘୋଷଣା କରି ଦେଇଥିଲେ । ସୁପ୍ରିମକୋର୍ଟ ଏହି ୮ ଭୋଟକୁ ମିଶାଇ ପୁନଃ ଗଣନା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୁନଃ ଗଣନା ପରେ ଆପ୍-କଂଗ୍ରେସ ମେଣ୍ଟ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ବିଜେତା ଘୋଷଣା କରିଛନ୍ତିି କୋର୍ଟ।
ଜାନୁଆରୀ ୩୦ରେ ହୋଇଥିବା ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ମନୋଜ ସୋନକରଙ୍କ ଠାରୁ ହାରିଯାଇଥିଲେ କୁଲଦୀପ । ମନୋଜ ସୋନକରଙ୍କ ସପକ୍ଷରେ ୧୬ ଭୋଟ ପଡ଼ିଥିବା ବେଳେ କୁଲଦୀପ କୁମାରଙ୍କୁ ୧୨ ଭୋଟ୍ ମିଳିଥିଲା। ରିଟର୍ଣ୍ଣିଂ ଅଫିସର ଅନିଲ ମସିହ ୮ ଭୋଟ୍ ନାକଚ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ବିଜେପି ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ ଆପ୍-କଂଗ୍ରେସ । ଏନେଇ ଆପ୍ ଓ କଂଗ୍ରେସ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ସେମାନଙ୍କ ଆବେଦନ ଶୁଣିବାକୁ ମନା କରିବା ପରେ ଉଭୟ ଦଳ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ।
PM Modi Dedicates Permanent Campus of IISER, Berhampur
Next Articleସୋନିଆ ଗାନ୍ଧୀ ରାଜସ୍ଥାନରୁ ନିର୍ଦ୍ଵନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
