ଉଦ୍ଯାପନ ହେଲା ବି.ଏମ୍.ସିର ସ୍ଵଚ୍ଛତା ପକ୍ଷ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି, ଗତ ୧୫ ଦିନ ଧରି ଚାଲିଥିବା ସଚ୍ଛତା ପକ୍ଷ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)ର ବିଭିନ୍ନ ୱାର୍ଡ, ଜୋନ୍ ଏବଂ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ବିଭିନ୍ନ ପଦକ୍ଷେପରେ ଏହି ପକ୍ଷର କାର୍ଯ୍ୟକ୍ରମ କରାଯାଇଛି । ତେବେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, [...]
ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି, ଗତ ୧୫ ଦିନ ଧରି ଚାଲିଥିବା ସଚ୍ଛତା ପକ୍ଷ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)ର ବିଭିନ୍ନ ୱାର୍ଡ, ଜୋନ୍ ଏବଂ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ବିଭିନ୍ନ ପଦକ୍ଷେପରେ ଏହି ପକ୍ଷର କାର୍ଯ୍ୟକ୍ରମ କରାଯାଇଛି ।
ତେବେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, କମିଶନର ବି ଏମ୍ ସି, ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ବହୁ କର୍ପୋରେଟର ଅତିଥିଭାବେ ଯୋଗ ଦେଇଥିଲେ ।
ଆଜିର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭିନ୍ନ ହୋଇଥିବାବେଳେ ସାରା ଓଡିଶାରେ ଏହା ଏକ ଚିତାକର୍ଷକ ୱେଷ୍ଟ ଟୁ ଆର୍ଟ ବା ବର୍ଜ୍ୟରୁ କଳାକୃତି ପ୍ରଦର୍ଶନୀ ଥିଲା I ସଂଗୃହୀତ ବର୍ଜ୍ୟର ପରବର୍ତୀ ଉପଯୋଗରେ ପ୍ରସ୍ତୁତ ହୋଇଥିବା ପ୍ରାୟ ୨୦୦ରୁ ଅଧିକ କଳାକୃତି । ସୂଚନା ଯୋଗ୍ୟକି ଏହି କଳାକୃତିର ଅଧିକାଂଶ ବିଏମ୍ସି ବୈଭବ କେନ୍ଦ୍ରରେ କାମ କରୁଥିବା ସଫେଇ କର୍ମୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି । ୨୨ ଗୋଟି ବୈଭବ କେନ୍ଦ୍ରର ସଫେଇ କର୍ମୀଙ୍କ ଦ୍ବାରା ପ୍ରସ୍ତୁତ ଭକ୍ତ କଳାକୃତି ୪୦ ଗୋଟି ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା । ହଜାର ହଜାର ଲୋକ ଏହାକୁ ବୁଲି ଦେଖିବା ସହ ଉଚ୍ଚ ପ୍ରସଂଶା କରିଥିଲେ । ଏହା ସାଂଗକୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ବର୍ଜ୍ୟ ନିର୍ମିତ ଉଚ୍ଚକୋଟୀର କଳାକୃତି ଦେଖି ଦର୍ଶକମାନେ ଚକିତ ହୋଇଯାଇଥିଲେ ।
Odisha Police arrest three in woman gangrape case
Next ArticleOdisha Raj Bhavan Has Turned into a Political Center: BJD
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
