ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ‘ଓଡ଼ିଶାକୁ ବିଲ୍ ଗେଟ୍ସଙ୍କ ପ୍ରଶଂସା’
ଭୁବନେଶ୍ୱର – ନିକଟରେ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଓ ସ୍ୱାସ୍ଥ୍ୟ, ପୋଷଣ, କୃଷି ଓ ସହରାଞ୍ଚଳ ସଂସ୍କାର ପରି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ତାରିଫ କରିଥିଲେ । ଏଥିସହ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ମୁକ୍ତା ଯୋଜନା ଓ ଜାଗା ମିଶନ [...]
ଭୁବନେଶ୍ୱର – ନିକଟରେ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ବିକାଶ ପାଇଁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ବିଲ୍ ଗେଟ୍ସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଓ ସ୍ୱାସ୍ଥ୍ୟ, ପୋଷଣ, କୃଷି ଓ ସହରାଞ୍ଚଳ ସଂସ୍କାର ପରି ପ୍ରମୁଖ କ୍ଷେତ୍ରର ବିକାଶ ପାଇଁ ତାରିଫ କରିଥିଲେ । ଏଥିସହ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି, ମୁକ୍ତା ଯୋଜନା ଓ ଜାଗା ମିଶନ ଭଳି ଯୁଗାନ୍ତକାରୀ ପଦକ୍ଷେପକୁ ମଧ୍ୟ ବିଲ୍ ଗେଟ୍ସ ଭୁରି ଭୁରି ପ୍ରଶଂସା କରିଥିଲେ । ଏସବୁ ଯୋଜନା ଗରିବ ବିଶେଷକରି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ସେ କହିଥିଲେ ।

ନିକଟରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ଭୁବନେଶ୍ୱର ଗସ୍ତ କରି କୃଷି ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗରେ ବେଶ୍ ପ୍ରଭାବିତ ହୋଇଥିଲେ ।
ବିଲ୍ ଓ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଡିଜିଟାଲ, କୃଷି, ମାତୃ ସ୍ୱାସ୍ଥ୍ୟ ଓ ପରିମଳ କ୍ଷେତ୍ରରେ ରୂପାନ୍ତରିତ ଟେକ୍ନୋଲୋଜି ଭଳି କ୍ଷେତ୍ରରେ ଓଡିଶା ସରକାରଙ୍କ ସହ ଭାଗିଦାରୀ ଦୃଢ଼ କରିବାକୁ ଇଚ୍ଛୁକ ବୋଲି ବିଲ୍ ଗେଟ୍ସ କହିଥିଲେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶାର ବିକାଶକୁ ବିଲ୍ ଗେଟ୍ସଙ୍କ ପ୍ରଶଂସା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିକାଶ କାର୍ଯ୍ୟକ୍ରମକୁ ବିଲ୍ ଗେଟ୍ସ ପ୍ରଶଂସା କରିବା ଏକ ଗୈାରବର ବିଷୟ ବୋଲି ମତ ପ୍ରକାଶ ପାଇଛି ।
କେଜ୍ରିୱାଲଙ୍କୁ ଝଟକା, ଆବେଦନ ଖାରଜ କଲେ ହାଇକୋର୍ଟ
Next ArticleUN Resident Coordinator in India Praises Odisha Govt’s Efforts in Disaster Management, Food Security and 5T Governance
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
