ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ପୂର୍ବତନ ଏନ୍ ଆରଇଜିଏ ସହାୟକ

ଭୁବନେଶ୍ୱର – କେନ୍ଦୁଝର ଜିଲ୍ଲା ସହରପଡା ବ୍ଲକର ପୂର୍ବତନ ଏନ୍ ଆରଇଜିଏ ସହାୟକ ଲଳିତ କୁମାର ମହନ୍ତଙ୍କୁ ଏକ ଲାଞ୍ଚ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲରେ ରହିବାକୁ ପଡ଼ିବ । ସେହି ସମାନ ମାମଲାରେ ଲଳିତ ମହନ୍ତଙ୍କୁ ଆଉ ୩ ବର୍ଷ ଜେଲ୍ ଓ ୨ ହଜାର [...]

Admin•ଅପ୍ରେଲ 30, 2024
Share Article:

ଭୁବନେଶ୍ୱର – କେନ୍ଦୁଝର ଜିଲ୍ଲା ସହରପଡା ବ୍ଲକର ପୂର୍ବତନ ଏନ୍ ଆରଇଜିଏ ସହାୟକ ଲଳିତ କୁମାର ମହନ୍ତଙ୍କୁ ଏକ ଲାଞ୍ଚ ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ୨ ମାସ ଜେଲରେ ରହିବାକୁ ପଡ଼ିବ । ସେହି ସମାନ ମାମଲାରେ ଲଳିତ ମହନ୍ତଙ୍କୁ ଆଉ ୩ ବର୍ଷ ଜେଲ୍ ଓ ୨ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।

ମନରେଗା ଯୋଜନା ଅନ୍ତର୍ଗତ କାର୍ଯ୍ୟାଦେଶ ପ୍ରଦାନ ପାଇଁ ଅଭିଯୋଗକାରୀଙ୍କ ଠାରୁ ଲଳିତ ମହନ୍ତ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।

#Odia#Odisha#News
Share Article:

Related Articles