ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଚଳିତ ମାସ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ୧୩ ଏପ୍ରିଲ ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜଧାନୀ ଭୁବନେଶ୍ଵର ଚଳିତ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ [...]

Admin•ଅପ୍ରେଲ 6, 2024
Share Article:

ଭୁବନେଶ୍ୱର: ଚଳିତ ମାସ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

୧୩ ଏପ୍ରିଲ ୧୯୪୮ ମସିହାରେ ପ୍ରତିଷ୍ଠା ହୋଇଥିବା ରାଜଧାନୀ ଭୁବନେଶ୍ଵର ଚଳିତ ବର୍ଷ ୭୬ତମ ବର୍ଷରେ ପଦାର୍ପଣ କରୁଛି। ସାଧାରଣ ନିର୍ବାଚନ-୨୦୨୪ ଦୃଷ୍ଟିରୁ ଆଦର୍ଶ ଆଚରଣ ବିଧି ଅନୁପାଳନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ବି.ଡି.ଏ ଉପାଧ୍ୟକ୍ଷ ବଳୱନ୍ତ ସିଂହଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ତଥା ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

#Odia#Odisha#News
Share Article:

Related Articles