ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅସହ୍ୟ ତାତି କରୁଛି କଲବଲ : ଦିନ ସାଢେ ୨ଟା ସୁଦ୍ଧା ୪ ସହରର ତାପମାତ୍ରା ୪୦ ଉପରେ, ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – କଲବଲ କରୁଛି ତାତି । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ [...]

Admin•ଅପ୍ରେଲ 15, 2024
Share Article:

ଭୁବନେଶ୍ୱର – କଲବଲ କରୁଛି ତାତି । ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରେକର୍ଡ କରାଯାଇଛି। ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୪୧.୧, ଝାରସୁଗୁଡାରେ ୪୧, ବାଲେଶ୍ୱରରେ ୪୦,ହୀରାକୁଦରେ ୩୯.୫,ସମ୍ବଲପୁରରେ ୩୯.୪, ରାଉରକେଲାରେ ୩୯.୨, କେନ୍ଦୁଝରରେ ୩୮.୯, ଗୋପାଳପୁରରେ ୩୫.୫,ପାରାଦୀପରେ ୩୫.୨ ଓ ପୁରୀ ୩୫ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଏଣେ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଛି । ବିଭିନ୍ନ ସ୍ଥାନରେ ୪ରୁ ୬ ଡିଗ୍ରୀ ସେଲସିୟସ ଯାଏଁ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ଆସନ୍ତା ୧୭ରୁ ୨୦ ତାରିଖ ଯାଏଁ କିଛି ସ୍ଥାନରେ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

#Odia#Odisha#News
Share Article:

Related Articles