ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଓ ବିଜେଡି ନେତା

ଭୁବନେଶ୍ୱର – ଦିବଂଗତ ବିଜେଡି ନେତା ଦାମୋଦର ରାଉତଙ୍କୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଦାମଙ୍କ ପାର୍ଥିବ ଶରୀରକୁ ଆଜି ତାଙ୍କ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ଏରସମାକୁ ନିଆଯିବ । ଏରସମାରେ ପରିକ୍ରମା କଲା ପରେ ପାର୍ଥିବ ଶରୀରକୁ ପୁରୀ ନିଆଯାଇ [...]

Admin•ମାର୍ଚ୍ଚ 22, 2024
Share Article:

ଭୁବନେଶ୍ୱର – ଦିବଂଗତ ବିଜେଡି ନେତା ଦାମୋଦର ରାଉତଙ୍କୁ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ଦେଇ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ୫-ଟି  ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଶଙ୍ଖ ଭବନରେ ଦାମୋଦର ରାଉତଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଦାମଙ୍କ ପାର୍ଥିବ ଶରୀରକୁ ଆଜି ତାଙ୍କ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ଏରସମାକୁ ନିଆଯିବ । ଏରସମାରେ ପରିକ୍ରମା କଲା ପରେ ପାର୍ଥିବ ଶରୀରକୁ ପୁରୀ ନିଆଯାଇ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ । ପୂର୍ବରୁ ସ୍ୱର୍ଗତ ନେତାଙ୍କ ପାର୍ଥିବ ଶରୀର ବିଧାନସଭାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

#Odia#Odisha#News
Share Article:

Related Articles