ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ମନରେଗା ଅର୍ଥ ହଡପ ମାମଲାରେ ପୂର୍ବତନ ସରପଞ୍ଚଙ୍କୁ ଜେଲ୍

ବ୍ରହ୍ମପୁର – ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଡିମିଡି ରାମାରାଓ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପୈଠ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ [...]

Admin•ଅପ୍ରେଲ 12, 2024
Share Article:

ବ୍ରହ୍ମପୁର – ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଡିମିଡି ରାମାରାଓ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପୂର୍ବତନ ସରପଞ୍ଚଙ୍କୁ ଦୋଷୀ ସାବ୍ୟସ୍ତ କରି ଦୁଇ ବର୍ଷ ସଶ୍ରମ କାରା ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ପୈଠ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ ଜେଲରେ ରହିବାକୁ ପଡ଼ିବ । ସରକାରୀ ଅର୍ଥ ହଡପ ଅଭିଯୋଗରେ ଭିଜିଲାନ୍ସ ଡିମିଡି ରାମାରାଓଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୦୯-୨୦୧୦ରେ ମନରେଗା ଯୋଜନା ଅଧୀନସ୍ଥ ଦୁଇଟି ପ୍ରକଳ୍ପ କାର୍ଯ୍ୟରେ ଜାଲ୍ ଖର୍ଚ୍ଚ କାଗଜପତ୍ର ଦେଖାଇ ସେ ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା।

#Odia#Odisha#News
Share Article:

Related Articles