୨ ଅନ୍ତଃରାଜ୍ୟ ଅପରାଧୀଙ୍କୁ କାବୁ କଲା ବ୍ରହ୍ମପୁର ପୋଲିସ
ବ୍ରହ୍ମପୁର: ମୁମ୍ବାଇ ଓ ଚେନ୍ନାଇରେ ଅପରାଧ ଘଟାଇ ଫେରାର ଥିବା ଜଣେ ଗଞ୍ଜେଇ କିଙ୍ଗ୍ ପିନ୍ ସମେତ ୨ ଅନ୍ତଃରାଜ୍ୟ ଅପରାଧୀଙ୍କୁ କାବୁ କରି ବ୍ରହ୍ମପୁର ପୋଲିସ ସେଠାକାର ପୋଲିସକୁ ହସ୍ତାନ୍ତର କରିଛି। ଏମାନେ ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଇଲାକାର ଧରମପୁର ଗାଁର ରଞ୍ଜନ ନାୟକ (୩୪) ଓ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମର କେ.ହୃଷିକେଶ ରେଡ୍ଡୀ (ରିଶି, ୨୬)। ରଞ୍ଜନ ୨୦୨୧ରୁ ଏନଡିପିଏସ୍ [...]
ବ୍ରହ୍ମପୁର: ମୁମ୍ବାଇ ଓ ଚେନ୍ନାଇରେ ଅପରାଧ ଘଟାଇ ଫେରାର ଥିବା ଜଣେ ଗଞ୍ଜେଇ କିଙ୍ଗ୍ ପିନ୍ ସମେତ ୨ ଅନ୍ତଃରାଜ୍ୟ ଅପରାଧୀଙ୍କୁ କାବୁ କରି ବ୍ରହ୍ମପୁର ପୋଲିସ ସେଠାକାର ପୋଲିସକୁ ହସ୍ତାନ୍ତର କରିଛି। ଏମାନେ ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସେମାନେ ହେଲେ ଦିଗପହଣ୍ଡି ଥାନା ଇଲାକାର ଧରମପୁର ଗାଁର ରଞ୍ଜନ ନାୟକ (୩୪) ଓ ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମର କେ.ହୃଷିକେଶ ରେଡ୍ଡୀ (ରିଶି, ୨୬)।
ରଞ୍ଜନ ୨୦୨୧ରୁ ଏନଡିପିଏସ୍ ଆଇନରେ ମୁମ୍ବାଇର ଘାଟକୋପର ଥାନା ପୋଲିସ ଓ ଆଣ୍ଟିନାର୍କୋଟିକସ ସେଲ୍ ଦ୍ବାରା ଓ୍ବାଣ୍ଟେଡ୍ ଥାଇ ଫେରାର ଥିଲା। ସେଠାକାର ପୋଲିସ ବ୍ରହ୍ମପୁର ପୋଲିସର ସହାୟତା ମାଗିଥିଲା। ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଥାନା ପୋଲିସ ତା ଗାଁରେ ଚଢ଼ାଉ କରିଥିଲା। ତାକୁ ଗିରଫ କରି ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି।
ସେହିପରି ଚେନ୍ନାଇର ଗୋମ୍ମୁଡିପୁଣ୍ଡି ଥାନା ପୋଲିସ ତଥା ପ୍ରୋହିବିସନ୍ ଏନଫୋର୍ସମେଣ୍ଟ ୱିଙ୍ଗ୍ ବ୍ରହ୍ମପୁର ପୋଲିସର ସହାୟତା ଚାହିଁଥିଲା। ଫେରାର ହୃଷିକେଶକୁ ଗୋଳନ୍ଥରା ଥାନା ପୋଲିସ କାବୁ କରି ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ଚେନ୍ନାଇ ପୋଲିସକୁ ହସ୍ତାନ୍ତର କରିଛି।
Two Interstate Ganja Smugglers Wanted in Mumbai and Chennai Nabbed by Berhampur Police
Next Articleମମତା, କଙ୍ଗନାଙ୍କ ବିରୋଧରେ ମନ୍ତବ୍ୟ: ଦିଲୀପ ଘୋଷ, ସୁପ୍ରିୟା ଶ୍ରୀନେତଙ୍କୁ ଇସିର କାରଣ ଦର୍ଶାଅ ନୋଟିସ୍
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
