ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବ ବିଜେଡି, ବିଧାୟକଙ୍କୁ ଦାୟିତ୍ବ ବଣ୍ଟନ କଲେ ନବୀନ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଦାୟିତ୍ବ ଦେଇଛନ୍ତି। ବିଧାନସଭାରେ ବିରୋଧୀ ଦଳର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟବାସୀଙ୍କ ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ [...]

Admin•ଜୁଲାଇ 17, 2024
Share Article:
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବ ବିଜେଡି, ବିଧାୟକଙ୍କୁ ଦାୟିତ୍ବ ବଣ୍ଟନ କଲେ ନବୀନ

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ପାଇଁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ବିଧାୟକଙ୍କୁ ଦାୟିତ୍ବ ଦେଇଛନ୍ତି।

ବିଧାନସଭାରେ ବିରୋଧୀ ଦଳର ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ନଜର ରଖିବା ସହ ବିଧାନସଭାରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ରାଜ୍ୟବାସୀଙ୍କ ଅଧିକାର ଓ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୫୦ ଜଣ ନିର୍ବାଚିତ ସଦସ୍ୟମାନଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି।

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ ବିଭାଗ, ପ୍ରମିଳାଙ୍କୁ ପଞ୍ଚାୟତିରାଜ ବିଭାଗ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ, ନିରଞ୍ଜନ ପୂଜାରୀଙ୍କୁ ଗୃହ ବିଭାଗ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ, ପ୍ରତାପ ଦେବଙ୍କୁ ଜିଏ, ଅରୁଣ ସାହୁଙ୍କୁ ଜଳ ସଂପଦ ବିଭାଗ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ବିଭାଗ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ବିଭାଗରେ ଦାୟିତ୍ୱ ଦିଆଯାଇଛି ।

#Odia#Odisha#News
Share Article:

Related Articles