ଆପ୍ ନେତ୍ରୀ ଅତିଶୀଙ୍କ ଅଭିଯୋଗ: ବିଜେପିରେ ନ ମିଶିଲେ ମିଳୁଛି ଗିରଫ ଧମକ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରିବାକୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଅତିଶୀ । ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଜରିଆରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଅଫର୍ ଦେଇଛି । ନଚେତ୍ ଏକ ମାସ ମଧ୍ୟରେ ତାଙ୍କୁ ମଧ୍ୟ ଇଡି ଗିରଫ କରିବ ବୋଲି ଧମକ [...]
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଅତିଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ବିଜେପିରେ ନ ମିଶିଲେ ତାଙ୍କୁ ଗିରଫ କରିବାକୁ ଧମକ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ଅତିଶୀ । ତାଙ୍କର ଜଣେ ନିକଟତମ ବ୍ୟକ୍ତିଙ୍କ ଜରିଆରେ ବିଜେପି ତାଙ୍କୁ ଦଳରେ ଯୋଗଦେବାକୁ ଅଫର୍ ଦେଇଛି । ନଚେତ୍ ଏକ ମାସ ମଧ୍ୟରେ ତାଙ୍କୁ ମଧ୍ୟ ଇଡି ଗିରଫ କରିବ ବୋଲି ଧମକ ଦିଆଯାଉଛି । ଆସନ୍ତା ଦୁଇ ମାସ ମଧ୍ୟରେ ବିଜେପି ତାଙ୍କ ସହ ଆପର ଅନ୍ୟ ତିନି ନେତା ସୌରଭ ଭରଦ୍ୱାଜ, ରାଘବ ଚଢ଼ା ଏବଂ ଦୁର୍ଗେଶ ପାଠକଙ୍କୁ ଗିରଫ କରିବାକୁ ଯୋଜନା କରୁଛି ବୋଲି ଅଭିଯୋଗ କରିଛନ୍ତିି ଅତିଶୀ ।
ଅବକାରୀ ଦୁର୍ନୀତି ମାମଲାରେ ଜେରା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ସରକାରରେ ମନ୍ତ୍ରୀ ଥିବା ଅତିଶୀ ଓ ସୌରଭ ଭରଦ୍ୱାଜଙ୍କ ନାଁ ନେଇଛନ୍ତି ବୋଲି ଇଡି ଗତକାଲି କୋର୍ଟରେ କହିଥିଲା । ଦିନକ ପରେ ଅତିଶୀ ବିଜେପି ବିରୋଧରେ ଏପରି ଅଭିଯୋଗ କରିଛନ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ, ସଞ୍ଜୟ ସିଂହ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ଭଳି ଶୀର୍ଷ ନେତା ଗିରଫ ହୋଇ ସମ୍ପ୍ରତି ଜେଲରେ ଅଛନ୍ତି। ଏହି ଚାରିଜଣ ନେତାଙ୍କ ପରେ ଏବେ ଦଳର ଆଉ ୪ ଜଣ ନେତାଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ଅତିଶୀ ଦାବି କରିଛନ୍ତି ।
ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ଆଜି କୋର୍ଟରେ ହାଜର ହେବେ ରାମଦେବ ଓ ବାଳକୃଷ୍ଣ
Next ArticleBJP Releases Candidates List For Odisha Assembly Elections
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
