ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ପୋନମୁଡିଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାକୁ ଆମନ୍ତ୍ରଣ କଲେ ତାମିଲନାଡୁ ରାଜ୍ୟପାଳ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ଡିଏମକେ ନେତା କେ.ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତିି । ରାଜ ଭବନଙ୍କ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପୋନମୁଡିଙ୍କୁ ଶପଥ ନେବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଶୁକ୍ରବାର ଅପରାହ୍ନ ୩.୩୦ ସମୟରେ ପୋନମୁଡିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ଏବଂ ତାଙ୍କୁ ବୈଷୟିକ ଶିକ୍ଷା ସମେତ [...]

Admin•ମାର୍ଚ୍ଚ 22, 2024
Share Article:

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ତାମିଲନାଡୁର ରାଜ୍ୟପାଳ ଆର.ଏନ୍ ରବି ଡିଏମକେ ନେତା କେ.ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସୁପାରିସକୁ ଗ୍ରହଣ କରିଛନ୍ତିି । ରାଜ ଭବନଙ୍କ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ପୋନମୁଡିଙ୍କୁ ଶପଥ ନେବାକୁ ରାଜ୍ୟପାଳ ଆମନ୍ତ୍ରଣ କରିଛନ୍ତି। ଶୁକ୍ରବାର ଅପରାହ୍ନ ୩.୩୦ ସମୟରେ ପୋନମୁଡିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ପୋନମୁଡିଙ୍କୁ ରାଜ୍ୟ କ୍ୟାବିନେଟରେ ସାମିଲ କରିବା ଏବଂ ତାଙ୍କୁ ବୈଷୟିକ ଶିକ୍ଷା ସମେତ ଉଚ୍ଚଶିକ୍ଷା, ଇଲେକ୍ଟ୍ରୋନିକ୍ସ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟପାଳ ରବିଙ୍କୁ ସୁପାରିସ କରିଥିଲେ ‌।

ଏକ ଦୁର୍ନୀତି ମାମଲାରେ ପୋନମୁଡିଙ୍କ ବିରୋଧରେ ତଳକୋର୍ଟ ଦେଇଥିବା ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଥିଲେ ମଧ୍ୟ ରାଜ୍ୟପାଳ ରବି ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ଏନେଇ ରାଜ୍ୟ ଡିଏମକେ ସରକାର ସୁପ୍ରିମକୋର୍ଟ ଯାଇଥିଲା। ତାମିଲନାଡୁ ରାଜ୍ୟପାଳ ରବିଙ୍କ ଆଭିମୁଖ୍ୟ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ରାଜ୍ୟପାଳଙ୍କ ଏତାଦୃଶ ଆଭିମୁଖ୍ୟ ସମ୍ବିଧାନ ବିରୁଦ୍ଧ ବୋଲି କହିଥିଲେ କୋର୍ଟ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟପାଳ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଅନ୍ତୁ ନଚେତ୍ ଆମେ ଆଦେଶ ଦେବାକୁ ବାଧ୍ୟ ହେବୁ ବୋଲି କହିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ କଡ଼ା ଟିପ୍ପଣୀ ପରେ ରାଜ୍ୟପାଳ ରବି ଆଜି ପୋନମୁଡିଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଛନ୍ତି ।

#Odia#Odisha#News
Share Article:

Related Articles