ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଅଯୋଧ୍ୟାରେ ପ୍ଲଟ୍ କିଣିଲେ ଅମିତାଭ ବଚ୍ଚନ

ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶ ଉତ୍ସବ ମୁଖର ‌। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ଼ ବଡ଼ ସେଲିବ୍ରିଟି ସାମିଲ ହେବେ | କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ | ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ ବି ଅଯୋଧ୍ୟାରେ ଏକ [...]

Admin•ଜାନୁଆରୀ 15, 2024
Share Article:

ମୁମ୍ବାଇ: ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ସାରା ଦେଶ ଉତ୍ସବ ମୁଖର ‌। ଜାନୁଆରୀ ୨୨ରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବଡ଼ ବଡ଼ ସେଲିବ୍ରିଟି ସାମିଲ ହେବେ | କ୍ରୀଡ଼ା, ରାଜନୀତି ଓ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଯୋଗଦେବେ | ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆମନ୍ତ୍ରଣ କରାଯାଇଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବିଗ୍ ବି ଅଯୋଧ୍ୟାରେ ଏକ ପ୍ଲଟ୍ କିଣିଛନ୍ତି । ସେ ଏହି ପ୍ଲଟ୍ ମୁମ୍ବାଇର ଏକ ଡେଭଲପର୍ କମ୍ପାନୀ ‘ହାଉସ୍ ଅଫ୍ ଅଭିନନ୍ଦନ ଲୋଢା’ ମାଧ୍ୟମରେ କିଣିଛନ୍ତି।

ଅମିତାଭ ବଚ୍ଚନଙ୍କ ଏହି ପ୍ଲଟ୍ ‘ଦ ସରାୟୁ’ ନାମକ ଏକ ସେଭେନ୍ ଷ୍ଟାର୍ ମଲ୍ଟି ପରପଜ୍ ଏନକ୍ଲେଭରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଅମିତାଭ ବଚ୍ଚନଙ୍କ ଏହି ପ୍ଲଟର ମୂଲ୍ୟ ୧୪.୫ କୋଟି ଓ ଏହାର ଆକାର ୧୦ ହଜାର ବର୍ଗଫୁଟ ।

ଅଯୋଧ୍ୟାଠାରୁ ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ବେଶି ଦୂର ନୁହେଁ। ବିଗ୍ ବି ହେଉଛନ୍ତି ପ୍ରୟାଗରାଜ ବାସିନ୍ଦା | ପ୍ରୟାଗରାଜରୁ ଅଯୋଧ୍ୟା ଦୂରତା ୫ ଘଣ୍ଟାରୁ ବି କମ୍ | ଅଯୋଧ୍ୟାରେ ଅମିତାଭ ବଚ୍ଚନ ପ୍ଲଟ୍ କିଣିବା ଏକ ମାଇଲଖୁଣ୍ଟ ବୋଲି କହିଛି ଠିକାଦାର କମ୍ପାନୀ । ବିଗ୍ ବିଙ୍କ ନିବେଶ ଏହି ପ୍ରକଳ୍ପକୁ ଅଯୋଧ୍ୟାର ଆଧ୍ୟାତ୍ମିକ ମହତ୍ତ୍ବର ପ୍ରତୀକରେ ପରିଣତ କରିବ ବୋଲି କମ୍ପାନୀ କହିଛି ।

ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ସମେତ ରଣବୀର କପୁର, ଆଲିଆ ଭଟ୍ଟ, ଟାଇଗର ଶ୍ରଫ, ଜ୍ୟାକି ଶ୍ରଫ, ରଣଦୀପ ହୁଡା, ଆୟୁଷ୍ମାନ ଖୁରାନା, ରଜନୀକାନ୍ତ, ଅକ୍ଷୟ କୁମାର, ଅଜୟ ଦେବଗନ, ସନ୍ନି ଦେଓଲ, ଚିରଞ୍ଜୀବୀ, ମାଧୁରୀ ଦୀକ୍ଷିତ୍, ସଞ୍ଜୟ ଦତ୍ତ ଓ ମୋହନଲାଲଙ୍କ ପରି ଫିଲ୍ମ ସେଲିବ୍ରିଟି ଯୋଗଦେବେ।

#Odia#Odisha#News
Share Article:

Related Articles