ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ନିଖୋଜର ବହୁଦିନ ପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଓହିଓ ପ୍ରଦେଶର କ୍ଲିଭେଲାଣ୍ଡ ସହରରେ ମିଳିଛି। ମୃତ ଛାତ୍ରଙ୍କ ନାମ ମହମ୍ମଦ ଅବଦୁଲ ଅରଫତ ଓ ସେ ହାଇଦ୍ରାବାଦ ବାସିନ୍ଦା ବୋଲି ଜଣାପଡିଛି। ଅରଫତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅରଫତଙ୍କ ବାପାଙ୍କୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ଅରଫତଙ୍କୁ ଅପହରଣ କରାଯାଇଥିବା କହିଥିଲେ। [...]

Admin•ଅପ୍ରେଲ 9, 2024
Share Article:

ନୂଆଦିଲ୍ଲୀ: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମାର୍ଚ୍ଚ ୨୦ ତାରିଖରୁ ନିଖୋଜ ଥିବା ଜଣେ ଛାତ୍ରଙ୍କ ମୃତଦେହ ଓହିଓ ପ୍ରଦେଶର କ୍ଲିଭେଲାଣ୍ଡ ସହରରେ ମିଳିଛି। ମୃତ ଛାତ୍ରଙ୍କ ନାମ ମହମ୍ମଦ ଅବଦୁଲ ଅରଫତ ଓ ସେ ହାଇଦ୍ରାବାଦ ବାସିନ୍ଦା ବୋଲି ଜଣାପଡିଛି। ଅରଫତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିଛି ଦିନ ତଳେ ଅରଫତଙ୍କ ବାପାଙ୍କୁ ଜଣେ ଅଜଣା ବ୍ୟକ୍ତି କଲ୍ କରି ଅରଫତଙ୍କୁ ଅପହରଣ କରାଯାଇଥିବା କହିଥିଲେ। ତାଙ୍କ ମୁକ୍ତି ପାଇଁ ସେ ୧୨୦୦ ଡଲାର ଦାବି କରିଥିଲେ ବୋଲି ଅରଫତଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତିି। ଅରଫତଙ୍କ ମୃତ୍ୟୁ ନେଇ ପୋଲିସ ତଦନ୍ତରେ ନ୍ୟୁୟର୍କରେ ଅବସ୍ଥାପିତ ଭାରତୀୟ କନସୁଲେଟ୍ ସହଯୋଗ କରୁଛି।

ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ୍ ଛାତ୍ରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଛାତ୍ରଙ୍କ ମୃତଦେହ ଭାରତ ପଠାଇବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଭାରତୀୟ କନସୁଲେଟ୍ ଏକ ପୋଷ୍ଟରେ କୁହାଯାଇଛି ।

ଏହି ମାମଲାକୁ ମିଶାଇ ଚଳିତ ବର୍ଷ ଆମେରିକାରେ ଏଯାବତ୍ ୧୧ ଜଣ ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଗତ ସପ୍ତାହରେ ଓହିଓ ପ୍ରଦେଶରେ ହିଁ ଉମା ସତ୍ୟସାଇ ଗାଡେ ନାମକ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ।

#Odia#Odisha#News
Share Article:

Related Articles