ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡିର ଅନୁରୋଧ ପ୍ରତ୍ୟାଖ୍ୟାନ କଲା ଆପଲ୍

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନକୁ ଅନଲକ୍ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାହାଯ୍ୟ କରିବାକୁ ମନା କରିଦେଇଛି ଆପଲ୍। କେଜ୍ରିୱାଲଙ୍କ ଆଇଫୋନରେ ମଦ ଦୁର୍ନୀତି ସହ ଜଡ଼ିତ ତଥ୍ୟ ରହିଛି ବୋଲି ଇଡି ଦାବି କରିଛି‌‌। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଇଫୋନ ପାସଓ୍ବାର୍ଡ ଦ୍ବାରା ଲକ୍ ହୋଇଥିବାରୁ ଇଡି ଏହାକୁ ଖୋଲିବାକୁ ଆପଲର ସହାୟତା ଲୋଡିଥିଲା । ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡି [...]

Admin•ଅପ୍ରେଲ 3, 2024
Share Article:

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆଇଫୋନକୁ ଅନଲକ୍ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ସାହାଯ୍ୟ କରିବାକୁ ମନା କରିଦେଇଛି ଆପଲ୍। କେଜ୍ରିୱାଲଙ୍କ ଆଇଫୋନରେ ମଦ ଦୁର୍ନୀତି ସହ ଜଡ଼ିତ ତଥ୍ୟ ରହିଛି ବୋଲି ଇଡି ଦାବି କରିଛି‌‌। ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଇଫୋନ ପାସଓ୍ବାର୍ଡ ଦ୍ବାରା ଲକ୍ ହୋଇଥିବାରୁ ଇଡି ଏହାକୁ ଖୋଲିବାକୁ ଆପଲର ସହାୟତା ଲୋଡିଥିଲା ।

ମିଡିଆ ରିପୋର୍ଟ ମୁତାବକ, କେଜ୍ରିୱାଲଙ୍କ ଆଇଫୋନ୍ ଅନଲକ୍ କରିବାକୁ ଇଡି ଆପଲକୁ ଏକ ଅନୌପଚାରିକ ଅନୁରୋଧ କରିଥିଲା । ତେବେ ଏହାର ଗ୍ରାହକଙ୍କ ଗୋପନୀୟତା ଦର୍ଶାଇ ଆପଲ୍ ଇଡିର ଅନୁରୋଧ ପ୍ରତ୍ୟାଖ୍ୟାନ କରିଛି । ଆଇଫୋନ ଗ୍ରାହକ ହିଁ ନିଜ ଆଇଫୋନ ଅନଲକ୍ କରିପାରିବେ ବୋଲି କହିଛି କମ୍ପାନୀ।
ଆପଲ୍ ନିଜ ୟୁଜରଙ୍କ ଗୋପନୀୟତା ଓ ଡାଟା ସୁରକ୍ଷାକୁ ସର୍ବଦା ଗୁରୁତ୍ବ ଦେଇଥାଏ । ଏପରିକି କମ୍ପାନୀ ନିଜ ଗ୍ରାହକଙ୍କ କୌଣସି ତଥ୍ୟର ରେକର୍ଡ ରଖିନଥାଏ | ସେହିପରି ୟୁଜରଙ୍କ ବିନା ଅନୁମତିରେ ତାଙ୍କ ଆଇଫୋନକୁ କେହି ଅନଲକ୍ କରିପାରିବେ ନାହିଁ। ଖୋଦ୍ ଆପଲ୍ ମଧ୍ୟ ଏହା କରିପାରିବ ନାହିଁ ।

ଆପଲ୍ ସିଇଓ ଟିମ୍ କୁକ୍ ୨୦୧୬ରେ କାଲିଫର୍ଣ୍ଣିଆର ସାନ୍ ବର୍ନାଡିନୋ ଆତଙ୍କବାଦୀ ଆକ୍ରମଣ ମାମଲାର ଅଭିଯୁକ୍ତ ସୟଦ ଫାରୁକଙ୍କ ଏକ ଆଇଫୋନକୁ ଅନଲକ୍ କରିବାକୁ ଆମେରିକା ସରକାରଙ୍କ ଅନୁରୋଧକୁ ବି ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

ମଦ ଦୁର୍ନୀତି ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେହିଦିନ ତାଙ୍କ ଆଇଫୋନକୁ କେଜ୍ରିୱାଲ ସୁଇଚ୍ ଅଫ୍ କରି ଦେଇଥିଲେ । ଇଡିକୁ ତାଙ୍କ ଆଇଫୋନ ପାସଓ୍ବାର୍ଡ ସେୟାର କରିନଥିଲେ କେଜ୍ରିୱାଲ । ସେ ଅଭିଯୋଗ କରିଥିଲେ ଯେ ତଦନ୍ତ ଆଳରେ କେନ୍ଦ୍ରୀୟ ସଂସ୍ଥା ତାଙ୍କ ଆଇଫୋନରୁ ଆମ୍ ଆଦମୀ ପାର୍ଟିର ନିର୍ବାଚନ ରଣନୀତି ସମ୍ପର୍କରେ ତଥ୍ୟ ହାସଲ କରିବାକୁ ଚାହୁଁଛି ।

#Odia#Odisha#News
Share Article:

Related Articles