ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-ପ୍ରାଇମ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଜିଲ୍ଳାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂଆ ପୀଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବୁଧବାର ସନ୍ଧ୍ୟାରେ କରାଯାଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି । ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସହିତ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସ୍ଏଫସି) ଏପ୍ରିଲ୍ ୩ରେ ସନ୍ଧ୍ୟା ୭ଟା ସମୟରେ ଓଡ଼ିଶା ଉପକୂଳରେ ଏପିଜି [...]

Admin•ଅପ୍ରେଲ 4, 2024
Share Article:

ନୂଆଦିଲ୍ଲୀ: ଓଡ଼ିଶାର ଭଦ୍ରକ ଜିଲ୍ଳାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂଆ ପୀଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ‘ଅଗ୍ନି-ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ବୁଧବାର ସନ୍ଧ୍ୟାରେ କରାଯାଇଥିଲା। କ୍ଷେପଣାସ୍ତ୍ର ପରୀକ୍ଷଣର ସମସ୍ତ ଉଦ୍ଦେଶ୍ୟ ହାସଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ।

ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସହିତ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସ୍ଏଫସି) ଏପ୍ରିଲ୍ ୩ରେ ସନ୍ଧ୍ୟା ୭ଟା ସମୟରେ ଓଡ଼ିଶା ଉପକୂଳରେ ଏପିଜି ଅବଦୁଲ କଲାମ ଦ୍ୱୀପରୁ ନୂଆ ପୀଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି-ପ୍ରାଇମର ସଫଳତାର ସହ ପରୀକ୍ଷା କରିଛି |

ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ଏସଏଫସି ମୁଖ୍ୟ, ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଏହି ପରୀକ୍ଷା ଯାଞ୍ଚ କରିଥିଲେ।ଅଗ୍ନି-ପ୍ରାଇମର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ, ଏସଏଫସି ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସଶସ୍ତ୍ର ବାହିନୀର ଶକ୍ତିକୁ ଆହୁରି ସୁଦୃଢ଼ କରିବ ।

#Odia#Odisha#News
Share Article:

Related Articles