ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା: ୩୩ ସାଂସଦଙ୍କ ଟିକେଟ୍ କଟିଲା
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ବିଜେପି ପ୍ରଥମ ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୩୩ ସାଂସଦଙ୍କ ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ପଶ୍ଚିମ ଦିଲ୍ଲୀରୁ ସାଂସଦ ଥିବା ପ୍ରବେଶ ବର୍ମାଙ୍କ ଟିକେଟ୍ କଟିଛି । ତାଙ୍କ ସ୍ଥାନରେ କମଲଜିତ ସେରାୱତଙ୍କୁ ପ୍ରାର୍ଥୀ [...]
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଶନିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୧୬ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ବିଜେପି ପ୍ରଥମ ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୩୩ ସାଂସଦଙ୍କ ବଦଳରେ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ।
ପଶ୍ଚିମ ଦିଲ୍ଲୀରୁ ସାଂସଦ ଥିବା ପ୍ରବେଶ ବର୍ମାଙ୍କ ଟିକେଟ୍ କଟିଛି । ତାଙ୍କ ସ୍ଥାନରେ କମଲଜିତ ସେରାୱତଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ନୂଆଦିଲ୍ଲୀ ଆସନରୁ କେନ୍ଦ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ଏଥର ଟିକେଟ୍ ମିଳିନି । ଲେଖୀଙ୍କ ସ୍ଥାନରେ ପୂର୍ବତନ ବିଦେଶ ମନ୍ତ୍ରୀ ସ୍ବର୍ଗତା ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜଙ୍କୁ ଟିକେଟ୍ ଦିଆଯାଇଛି। ଚାନ୍ଦିନୀଚୌକ ଆସନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ତାଙ୍କ ସ୍ଥାନରେ ଦିଲ୍ଲୀର ବ୍ୟବସାୟୀ ନେତା ପ୍ରବୀଣ ଖଣ୍ଡେଲୱାଲଙ୍କୁ ମଇଦାନକୁ ଓହ୍ଲାଇଛି ବିଜେପି । ଏହାଛଡ଼ା ଦକ୍ଷିଣ ଦିଲ୍ଲୀରୁ ସାଂସଦ ରମେଶ ବିଧୁରୀଙ୍କ ଟିକେଟ୍ ମଧ୍ୟ କଟିଛି। ବିଧୁରୀଙ୍କ ବଦଳରେ ଏଥର ଏହି ଆସନରୁ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ରାମବୀର ସିଂହଙ୍କୁ ପ୍ରାର୍ଥୀ କରାଯାଇଛି । ଲୋକସଭାରେ ବିଏସପି ସାଂସଦ (ବର୍ତ୍ତମାନ ନିଲମ୍ବିତ) ଦାନିଶ ଅଲିଙ୍କୁ ଗାଳିଗୁଲଜ କରି ବିବାଦୀୟ ହୋଇପଡିଥିଲେ ରମେଶ ବିଧୁରୀ ।
ସେହିପରି ବିଜେପି କେପି ଯାଦବଙ୍କ ଟିକେଟ କାଟି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମଧ୍ୟପ୍ରଦେଶର ଗୁନାରୁ ପ୍ରାର୍ଥୀ କରିଛି । ଭୋପାଳରୁ ସାଂସଦ ଥିବା ସାଧବୀ ପ୍ରଜ୍ଞା ଠାକୁରଙ୍କୁ ମଧ୍ୟ ବାଦ୍ ଦେଇଛି ଦଳ । ଏହି ବିବାଦୀୟ ନେତ୍ରୀଙ୍କ ସ୍ଥାନରେ ପୂର୍ବତନ ମେୟର ଆଲୋକ ଶର୍ମା ଏହି ଆସନରୁ ଟିକେଟ୍ ପାଇଛନ୍ତି । ସାଗରରୁ ସାଂସଦ ରାଜବାହାଦୁର ସିଂଙ୍କ ସ୍ଥାନରେ ଲତା ଓ୍ବାଙ୍ଖେଡେ ଟିକେଟ୍ ପାଇଛନ୍ତି । ଅନୀତା ନାଗର ସିଂହ ଚୌହାନଙ୍କୁ ରତ୍ଲାମରୁ ଜିଏସ ଡାମୋରଙ୍କ ସ୍ଥାନରେ ଟିକେଟ୍ ମିଳିଛି।
ଏହାଛଡ଼ା ବିଦିଶାରୁ ରମାକାନ୍ତ ଭାର୍ଗବଙ୍କ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଗ୍ୱାଲିଅରରୁ ବିବେକ ଶେଜୱାଲକରଙ୍କ ଟିକେଟ୍ କାଟି ଭାରତ ସିଂହ କୁଶୱାଙ୍କୁ ପ୍ରାର୍ଥୀ କରାଯାଇଛି। ନରେନ୍ଦ୍ର ସିଂ ତୋମରଙ୍କ ସ୍ଥାନରେ ଶିବମଙ୍ଗଲ ସିଂହ ଚୌହାନଙ୍କୁ ମୋରେନାରୁ ଟିକେଟ୍ ଦିଆଯାଇଛି। ନରେନ୍ଦ୍ର ସିଂ ତୋମାର ଗତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଲଢ଼ିଥିଲେ । ତେଣୁ ସେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସେ ସମ୍ପ୍ରତି ରାଜ୍ୟ ବିଧାନସଭାର ବାଚସ୍ପତି ଅଛନ୍ତି।
ଅନ୍ୟପକ୍ଷରେ ରାଜସ୍ଥାନର ୨୫ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୫ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି। ରାଜ୍ୟର ସାଂସଦ ରଞ୍ଜିତା କୋଲି, ରାହୁଲ କସୱାନ, ଦେବଜୀ ପଟେଲ, ଅର୍ଜୁନ ଲାଲ ମୀନା ଏବଂ କନକମଲ କାଟାରାଙ୍କ ଟିକେଟ୍ କଟିଛି ।
ଉତ୍ତର ପ୍ରଦେଶରେ ବିଜେପି ୪ ସାଂସଦଙ୍କ ବଦଳରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି। ଗୁଜରାଟର ୨୬ ଆସନ ମଧ୍ୟରୁ ୧୫ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ପାଞ୍ଚ ସାଂସଦଙ୍କ ଟିକେଟ୍ କଟିଛି ।
କିଛି ଜିଲ୍ଲାରେ ପାଗରେ ସାମାନ୍ୟ ପରିବର୍ତ୍ତନ ସମ୍ଭାବନା, ଆଜି ଓ କାଲି ହାଲୁକା ବର୍ଷା ପୂର୍ବାନୁମାନ
Next ArticleCM Naveen Urges to Safeguard Odisha’s Biodiversity for Sustainable Future
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
