ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ପୋଲିସ ଥାନାରେ ଶିବସେନା ନେତାଙ୍କୁ ଗୁଳିକଲେ ବିଜେପି ବିଧାୟକ

ଥାନେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କୁ ପୋଲିସ ଆଗରେ ଗୁଳି କରିଛନ୍ତିି ବିଜେପି ବିଧାୟକ । ଗୁଳିମାଡ଼ରେ ଶିବସେନା ନେତା ମହେଶ ଗାଇକୱାଡ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ବିଜେପି ବିଧାୟକ ଗଣପତି ଗାଇକୱାଙ୍କୁ ଗିରଫ କରିଛି। ଥାନେ ଜିଲ୍ଲାର ଉଲ୍ଲାସନଗର ହିଲ୍ ଲାଇନ୍ ପୋଲିସ ଥାନାରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳର [...]

Admin•ଫେବୃଆରୀ 3, 2024
Share Article:

ଥାନେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କୁ ପୋଲିସ ଆଗରେ ଗୁଳି କରିଛନ୍ତିି ବିଜେପି ବିଧାୟକ । ଗୁଳିମାଡ଼ରେ ଶିବସେନା ନେତା ମହେଶ ଗାଇକୱାଡ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ବିଜେପି ବିଧାୟକ ଗଣପତି ଗାଇକୱାଙ୍କୁ ଗିରଫ କରିଛି। ଥାନେ ଜିଲ୍ଲାର ଉଲ୍ଲାସନଗର ହିଲ୍ ଲାଇନ୍ ପୋଲିସ ଥାନାରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳର ନେତା ମହେଶ ଗାଇକୱାଡ ଓ କଲ୍ୟାଣ ଇଷ୍ଟରୁ ବିଜେପି ବିଧାୟକ ଥିବା ଗଣପତି ଗାଇକୱାଡଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମି ବିବାଦ ଲାଗି ରହିଥିଲା । ଏହି ମାମଲା ନେଇ ଉଭୟ ପକ୍ଷ ଗତକାଲି ରାତିରେ ଉଲ୍ଲାସନଗର ହିଲ୍ ଲାଇନ ପୋଲିସ ଥାନାକୁ ଯାଇଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ପରେ ମହେଶ ଗାଇକୱାଡ ଓ ତାଙ୍କ ସହଯୋଗୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଗଣପତି ଗାଇକୱାଡ । ଏଥିରେ ମହେଶ ଗାଇକୱାଡ ଓ ତାଙ୍କ ସହଯୋଗୀ ଆହତ ହୋଇଥିଲେ । ଉଭୟଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୋଲିସ ଗୁଳି ଚଳାଇଥିବା ବିଜେପି ବିଧାୟକଙ୍କୁ ମଧ୍ୟ ଗିରଫ କରିଛି।

ଶିବସେନା ନେତାଙ୍କ ଦେହରୁ ପାଞ୍ଚଟି ଗୁଳି ବାହାର କରାଯାଇଛି । ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଅଭିଯୁକ୍ତ ବିଜେପି ବିଧାୟକ କହିଛନ୍ତି, ମହେଶ ଗାଇକୱାଡ ଓ ସମର୍ଥକମାନେ ତାଙ୍କ ପୁଅଙ୍କୁ ଦୁର୍ବ୍ୟବହାର କରିଥିଲେ । ତେଣୁ ଆତ୍ମରକ୍ଷା ପାଇଁ ସେ ଗୁଳି ଚଳାଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି ।

#Odia#Odisha#News
Share Article:

Related Articles