ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବିଜେପିର ବାଜିମାତ୍, ଟାମ୍ପରିଂ ଅଭିଯୋଗ ଆଣିଲେ କଂଗ୍ରେସ, ଆପ୍

ଚଣ୍ଡିଗଡ଼: କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ସୋନକର ମଙ୍ଗଳବାର ଚଣ୍ଡିଗଡ଼ର ମେୟର ପଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଛି । ବିଜେପି ପ୍ରାର୍ଥୀ କୁଲଜିତ ସାନ୍ଧୁ ସିନିୟର ଡେପୁଟି ମେୟର ଏବଂ ରାଜିନ୍ଦର ଶର୍ମା ଡେପୁଟି ମେୟର ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ମେୟର ପଦ ନିର୍ବାଚନରେ [...]

Admin•ଜାନୁଆରୀ 30, 2024
Share Article:

ଚଣ୍ଡିଗଡ଼: କଂଗ୍ରେସ ସମର୍ଥିତ ଆମ୍ ଆଦମୀ ପାର୍ଟିର କୁଲଦୀପ କୁମାରଙ୍କୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ମନୋଜ ସୋନକର ମଙ୍ଗଳବାର ଚଣ୍ଡିଗଡ଼ର ମେୟର ପଦ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଏହାଛଡ଼ା ବିଜେପି ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦରେ ମଧ୍ୟ ହାତେଇଛି । ବିଜେପି ପ୍ରାର୍ଥୀ କୁଲଜିତ ସାନ୍ଧୁ ସିନିୟର ଡେପୁଟି ମେୟର ଏବଂ ରାଜିନ୍ଦର ଶର୍ମା ଡେପୁଟି ମେୟର ପଦ ପାଇଁ ନିର୍ବାଚିତ ହୋଇଛନ୍ତି।

ମେୟର ପଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୋନକର ୧୬ ଖଣ୍ଡ ଭୋଟ୍ ପାଇଥିବାବେଳେ କୁମାରଙ୍କୁ ୧୨ଟି ଭୋଟ୍ ମିଳିଥିଲା । ୮ ଭୋଟ୍ ଅବୈଧ ଘୋଷଣା କରାଯାଇଥିଲା।

ଫଳାଫଳ ଘୋଷଣା ହେବା ପରେ ବିରୋଧୀ ମେଣ୍ଟ ‘ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ’ (ଇଣ୍ଡିଆ)ରେ ସହଯୋଗୀ ଦଳ ଆପ୍ ଓ କଂଗ୍ରେସ ଏହାକୁ ବିରୋଧ କରିଥିଲେ। ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲ ବିଜେପି‌ ଟାମ୍ପରିଂ କରିଥିବା ଅଭିଯୋଗ କରିଛନ୍ତି।

କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିଥିବା କରିଥିବା ଆମ୍ ଆଦମୀ ପାର୍ଟି ମେୟର ପଦ ପାଇଁ ପ୍ରାର୍ଥୀ ଦେଇଥିଲେ। ଉଭୟ ସିନିୟର ଡେପୁଟି ମେୟର ଏବଂ ଡେପୁଟି ମେୟର ପଦ ପାଇଁ କଂଗ୍ରେସ ପ୍ରାର୍ଥୀ ଲଢ଼ିଥିଲେ ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନୁଷ୍ଠିତ ଏହି ନିର୍ବାଚନ ହୋଇଥିଲା । ‘ଇଣ୍ଡିଆ’ ମେଣ୍ଟ ଗଠନ ହେବା ପରଠୁ କଂଗ୍ରେସ ଓ ଆପ୍ ପ୍ରଥମ ଥର ଏକାଠି ନିର୍ବାଚନ ଲଢ଼ିଥିଲେ । ତେବେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପଞ୍ଜାବର‌ ଆସନ ଭାଗବଣ୍ଟା ନେଇ ଉଭୟ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ପ୍ରକାଶ ପାଇ ନାହିଁ।

#Odia#Odisha#News
Share Article:

Related Articles