ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର କେତେକ ବଡ଼ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇ-ମେଲ୍ ଜରିଆରେ ସମ୍ପୃକ୍ତ ସ୍କୁଲ ଗୁଡ଼ିକୁ ଏପରି ଧମକ ମିଳିଛି । ଚାଣକ୍ୟପୁରୀର ସଂସ୍କୃତ ସ୍କୁଲ୍, ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକା ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହ ଜାତୀୟ ରାଜଧାନୀର ଆଉ କିଛି ହାଇ ପ୍ରୋଫାଇଲ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ମିଳିଛି। ବୋମା ନିଷ୍କ୍ରିୟ ସ୍କ୍ବାଡ୍ ଏବଂ ଅଗ୍ନିଶମ ବାହିନୀ ସହ ଦିଲ୍ଲୀ ପୋଲିସ ଧମକ ମିଳିଥିବା [...]

Admin•ମଇ 1, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର କେତେକ ବଡ଼ ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି। ଇ-ମେଲ୍ ଜରିଆରେ ସମ୍ପୃକ୍ତ ସ୍କୁଲ ଗୁଡ଼ିକୁ ଏପରି ଧମକ ମିଳିଛି । ଚାଣକ୍ୟପୁରୀର ସଂସ୍କୃତ ସ୍କୁଲ୍, ମୟୂର ବିହାରର ମଦର ମେରୀ ସ୍କୁଲ ଏବଂ ଦ୍ୱାରକା ଦିଲ୍ଲୀ ପବ୍ଲିକ୍ ସ୍କୁଲ ସହ ଜାତୀୟ ରାଜଧାନୀର ଆଉ କିଛି ହାଇ ପ୍ରୋଫାଇଲ ସ୍କୁଲକୁ ଏଭଳି ଧମକପୂର୍ଣ୍ଣ ଇମେଲ୍ ମିଳିଛି। ବୋମା ନିଷ୍କ୍ରିୟ ସ୍କ୍ବାଡ୍ ଏବଂ ଅଗ୍ନିଶମ ବାହିନୀ ସହ ଦିଲ୍ଲୀ ପୋଲିସ ଧମକ ମିଳିଥିବା ସ୍କୁଲ ଗୁଡ଼ିକୁ ଖାଲି କରି ତଲାସି କରୁଛନ୍ତି। ତେବେ ଏପର୍ଯ୍ୟନ୍ତ ବୋମାର ସନ୍ଧାନ ମିଳିନାହିଁ । ଧମକପୂର୍ଣ୍ଣ ଇମେଲ କିଏ ଓ କେଉଁଠାରୁ ପଠାଇଛି ତାହା ତଦନ୍ତ କରାଯାଉଛି।

ମଙ୍ଗଳବାର ଦିଲ୍ଲୀର ଚାଚା ନେହେରୁ ହସ୍ପିଟାଲକୁ ମଧ୍ୟ ଏଭଳି ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏହା ପରେ ଡାକ୍ତରଖାନାରେ ଦୁଇ ଘଣ୍ଟା ଧରି ଖୋଜାଖୋଜି କରାଯାଇଥିଲେ ମଧ୍ୟ କଛି ମିଳିନଥିଲା।

#Odia#Odisha#News
Share Article:

Related Articles