ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ବେଆଇନ ଖଣି ଲିଜ୍ ମାମଲାରେ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ୫ ବର୍ଷ ପରେ ସିବିଆଇ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମନ ଜାରି କରିଛି । ଏହି ମାମଲାରେ ତାଙ୍କୁ ଜଣେ ସାକ୍ଷୀ ଭାବେ ଜେରା କରିବାକୁ ଡକାଇଛି ସିବିଆଇ । ସିଆରପିସି ଧାରା ୧୬୦ ଅନୁଯାୟୀ ଜାରି ନୋଟିସରେ ୨୦୧୯ରେ ରୁଜୁ ଏହି ମାମଲାରେ ଜେରା ପାଇଁ ଫେବୃଆରୀ ୨୯ ଅର୍ଥାତ୍ ଆସନ୍ତାକାଲି ହାଜର ହେବାକୁ [...]

Admin•ଫେବୃଆରୀ 28, 2024
Share Article:

ନୂଆଦିଲ୍ଲୀ: ବେଆଇନ ଖଣି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାର ୫ ବର୍ଷ ପରେ ସିବିଆଇ ଗୁରୁବାର ସମାଜବାଦୀ ପାର୍ଟି (ଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମନ ଜାରି କରିଛି । ଏହି ମାମଲାରେ ତାଙ୍କୁ ଜଣେ ସାକ୍ଷୀ ଭାବେ ଜେରା କରିବାକୁ ଡକାଇଛି ସିବିଆଇ ।

ସିଆରପିସି ଧାରା ୧୬୦ ଅନୁଯାୟୀ ଜାରି ନୋଟିସରେ ୨୦୧୯ରେ ରୁଜୁ ଏହି ମାମଲାରେ ଜେରା ପାଇଁ ଫେବୃଆରୀ ୨୯ ଅର୍ଥାତ୍ ଆସନ୍ତାକାଲି ହାଜର ହେବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତାଙ୍କୁ କହିଛି । ଏହି ଧାରା ଅଧୀନରେ ପୋଲିସ ଅଧିକାରୀଙ୍କୁ ତଦନ୍ତରେ ସାକ୍ଷୀ ମାନଙ୍କୁ ମଧ୍ୟ ସମନ ଜାରି କରିବାକୁ ଅନୁମତି ଦିଆଯାଇଛି।

ଏହି ମାମଲା ଇ-ଟେଣ୍ଡର ପ୍ରକ୍ରିୟା ଉଲ୍ଲଂଘନ ପୂର୍ବକ ଖଣି ଲିଜ୍ ଆବଣ୍ଟନ ସହ ଜଡ଼ିତ । ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

୨୦୧୨-୧୬ ମଧ୍ୟରେ ଯେତେବେଳେ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ କିଛି ସରକାରୀ ଅଧିକାରୀ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନଜିଟି)ର ନିଷେଧାଦେଶକୁ ବେଖାତିର କରି ବେଆଇନ ଭାବେ ଖଣି ଲାଇସେନ୍ସ ନବୀକରଣ ନେଇ ଅନୁମତି ଦେଇଥିଲେ। ଏହାଛଡ଼ା ଲିଜଧାରୀଙ୍କ ଠାରୁ ସରକାରୀ ବାବୁମାନେ ମୋଟା ଅଙ୍କର ଲାଞ୍ଚ ମଧ୍ୟ ନେଇଥିଲେ ।

ବେଆଇନ ଖଣି ଖନନ ମାମଲାର ତଦନ୍ତ ପାଇଁ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ୨୦୧୬ରେ ୭ଟି ପ୍ରାରମ୍ଭିକ ମାମଲା ରୁଜୁ କରିଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ କାର୍ଯ୍ୟାଳୟ ଗୋଟିଏ ଦିନରେ ୧୩ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

#Odia#Odisha#News
Share Article:

Related Articles