ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କଂଗ୍ରେସର ଅଭିଯୋଗ: ଇଡି-ସିବିଆଇ ମାଧ୍ୟମରେ ଚାନ୍ଦା ଆଦାୟ କରୁଛି ବିଜେପି

ନୂଆଦିଲ୍ଲୀ: ଇଡି-ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ଅସ୍ତ୍ର କରି ବିଜେପି ଚାନ୍ଦା ଆଦାୟ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଘରୋଇ କମ୍ପାନୀ ଗୁଡ଼ିକରୁ ଚାନ୍ଦା ଆଦାୟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ଏହି ମାମଲାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି, ତଦନ୍ତକାରୀ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନର ସାମ୍ନା କରିଥିବା ପ୍ରାୟ [...]

Admin•ଫେବୃଆରୀ 23, 2024
Share Article:

ନୂଆଦିଲ୍ଲୀ: ଇଡି-ସିବିଆଇ ଭଳି ତଦନ୍ତକାରୀ ସଂସ୍ଥାକୁ ଅସ୍ତ୍ର କରି ବିଜେପି ଚାନ୍ଦା ଆଦାୟ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଘରୋଇ କମ୍ପାନୀ ଗୁଡ଼ିକରୁ ଚାନ୍ଦା ଆଦାୟ ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି । ସୁପ୍ରିମକୋର୍ଟଙ୍କ ତତ୍ବାବଧାନରେ ଏହି ମାମଲାର ତଦନ୍ତ ହେଉ ବୋଲି କଂଗ୍ରେସ ଦାବି କରିଛି ।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି, ତଦନ୍ତକାରୀ ସଂସ୍ଥା ଦ୍ବାରା କାର୍ଯ୍ୟାନୁଷ୍ଠାନର ସାମ୍ନା କରିଥିବା ପ୍ରାୟ ୩୦ଟି କମ୍ପାନୀ ୨୦୧୮-୧୯ ରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଜେପିକୁ ୩୩୫ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଏହି ମାମଲାରେ କଂଗ୍ରେସର ସଂଗଠନ ପ୍ରଭାରୀ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ବିଜେପିକୁ ମିଳୁଥିବା ଚାନ୍ଦାର ଉତ୍ସ ଉପରେ ଶ୍ବେତପତ୍ର ଆଗତ କରିବେ କି ମୋଦୀ ସରକାର ? ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରି କର୍ପୋରେଟ କମ୍ପାନୀ ଗୁଡ଼ିକୁ କିପରି ଚାନ୍ଦା ଦେବାକୁ ବାଧ୍ୟ କରାଯାଉଛି ତାହା ଉପରେ କ’ଣ ସରକାର ଶ୍ବେତପତ୍ର ଆଣିବେ କି ବୋଲି ରମେଶ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏହି ମାମଲାର ତଦନ୍ତର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରମେଶ ।

#Odia#Odisha#News
Share Article:

Related Articles