ଦୂରଦର୍ଶନରେ ‘ଦି କେରଳା ଷ୍ଟୋରି’ର ପ୍ରସାରଣ ନେଇ ବିବାଦ, ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ
ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳା ଷ୍ଟୋରି’ର ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଏକ ‘ନିରବ ପ୍ରୟାସ’ ବୋଲି କଂଗ୍ରେସ ଅଭିଯୋଗ କରିଛି । ‘ଦି କେରଳା ଷ୍ଟୋରି’ର ପ୍ରସାରଣ ପାଇଁ ଦୂରଦର୍ଶନର ନିଷ୍ପତ୍ତିକୁ କେରଳର ବାମପନ୍ଥୀ ସରକାର ଏବଂ ରାଜ୍ୟର [...]
ଥିରୁବନନ୍ତପୁରମ୍: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳା ଷ୍ଟୋରି’ର ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତି ବିରୋଧରେ କେରଳ କଂଗ୍ରେସ ଶୁକ୍ରବାର ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ଦୂରଦର୍ଶନରେ ଏହି ଫିଲ୍ମର ପ୍ରସାରଣ ବିଜେପିର ନିର୍ବାଚନୀ ସମ୍ଭାବନାକୁ ଦୃଢ଼ୀଭୂତ କରିବା ପାଇଁ ଧର୍ମ ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଏକ ‘ନିରବ ପ୍ରୟାସ’ ବୋଲି କଂଗ୍ରେସ ଅଭିଯୋଗ କରିଛି ।
‘ଦି କେରଳା ଷ୍ଟୋରି’ର ପ୍ରସାରଣ ପାଇଁ ଦୂରଦର୍ଶନର ନିଷ୍ପତ୍ତିକୁ କେରଳର ବାମପନ୍ଥୀ ସରକାର ଏବଂ ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦୃଢ଼ ବିରୋଧ କରିଛନ୍ତି। ଦୂରଦର୍ଶନ ଆଜି (ଏପ୍ରିଲ୍ ୫) ଏହି ଫିଲ୍ମର ପ୍ରସାରଣ କରିବାକୁ ଘୋଷଣା କରିଛି ।
ରାଜ୍ୟର ଶାସକ ସିପିଆଇ(ଏମ୍)ର ଯୁବ ଶାଖା ଡେମୋକ୍ରାଟିକ୍ ୟୁଥ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡିଓ୍ବାଇ ଏଫ୍ଆଇ) ଶୁକ୍ରବାର ଏହି ଚଳଚ୍ଚିତ୍ରର ପ୍ରସାରଣ ନିଷ୍ପତ୍ତି ବିରୋଧରେ ଦୂରଦର୍ଶନର ଥିରୁବନନ୍ତପୁରମ୍ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।
ବିଧାନସଭାରେ ବିରୋଧୀ ଦଳର ନେତା ଭି.ଡି ସତୀଶନ ଆଜି (ଶୁକ୍ରବାର) ନିର୍ବାଚନ କମିଶନଙ୍କ ନିକଟକୁ ଏକ ଚିଠି ଲେଖି ”ଦି କେରଳା ଷ୍ଟୋରି” ଚଳଚ୍ଚିତ୍ରର ପ୍ରସାରଣ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦୂରଦର୍ଶନକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତିି । ଏହି ଫିଲ୍ମ ’ମିଥ୍ୟା ଦାବି ଉପରେ ଆଧାରିତ ଏବଂ ଏଥିରେ ରାଜ୍ୟବାସୀଙ୍କ ନିରାଶାଜନକ ଚିତ୍ର ଉପସ୍ଥାପନ କରିବାକୁ ପ୍ରୟାସ କରାଯାଇଛି। ଦେଶକୁ ସାମ୍ପ୍ରଦାୟିକ ସ୍ତରରେ ବିଭାଜନ କରିବା ପାଇଁ ଏହା ସଂଘ ପରିବାରର ବିଷମୟ ଏଜେଣ୍ଡାର ଏକ ଅଂଶ ବୋଲି ସେ ଅଭିଯୋଗ କରିଛନ୍ତିି ।
‘ଦି କେରଳା ଷ୍ଟୋରି” ଚଳଚ୍ଚିତ୍ରର ପ୍ରସାରଣ ନେଇ ଦୂରଦର୍ଶନର ନିଷ୍ପତ୍ତିକୁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଗୁରୁବାର ନିନ୍ଦା କରିଥିଲେ । ଏହି ବିବାଦୀୟ ଚଳଚ୍ଚିତ୍ରର ପ୍ରସାରଣ ବନ୍ଦ କରିବାକୁ ଦୂରଦର୍ଶନକୁ କହିଥିଲେ ବିଜୟନ । ସେ କହିଥିଲେ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଏହି ଫିଲ୍ମର ପ୍ରସାରଣ ବେଶରେ ସାମ୍ପ୍ରଦାୟିକ ଉତ୍ତେଜନା ବଢ଼ାଇବ ।
ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରବିନାରାୟଣ ପାଣି
Next ArticleNaveen Appoints Monideepa Sarkhel as Biju Sramika Samukhya Working President
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
