ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସୁରଟ ପରେ ଇନ୍ଦୋର ଲୋକସଭା ଆସନରେ କଂଗ୍ରେସକୁ ଝଟକା, ଦଳୀୟ ପ୍ରାର୍ଥୀ ଅକ୍ଷୟ ବାମ୍ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ମିଶିଲେ

ଇନ୍ଦୋର: ସୁରଟ ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ୍ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ କୁଆଡେ଼ ବିଜେପି ବିଧାୟକ ରମେଶ ମେଣ୍ଡୋଲାଙ୍କ ସହ ଯାଇଥିଲେ ବୋଲି କୁହାଯାଉଛି । ସୂଚନାଯୋଗ୍ୟ ଯେ, ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଏଥର ବି [...]

Admin•ଅପ୍ରେଲ 29, 2024
Share Article:

ଇନ୍ଦୋର: ସୁରଟ ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ୍ ତାଙ୍କ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ନାମାଙ୍କନ ପ୍ରତ୍ୟାହାର ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାକୁ କୁଆଡେ଼ ବିଜେପି ବିଧାୟକ ରମେଶ ମେଣ୍ଡୋଲାଙ୍କ ସହ ଯାଇଥିଲେ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଇନ୍ଦୋର ସାଂସଦ ଶଙ୍କର ଲାଲୱାନୀଙ୍କୁ ବିଜେପି ଏଥର ବି ଏହି ଲୋକସଭା ଆସନରୁ ରିପିଟ୍ କରିଛି। କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ କୈଳାଶ ବିଜୟଭର୍ଗିଆ ଟ୍ୱିଟ କରି କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏବଂ ଦଳର ରାଜ୍ୟ ସଭାପତି ଭି.ଡି ଶର୍ମାଙ୍କ ନେତୃତ୍ୱରେ ଇନ୍ଦୋରରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବାମଙ୍କୁ ବିଜେପିକୁ ସ୍ୱାଗତ।”

ଇନ୍ଦୋର ଲୋକସଭା ଆସନରୁ ଦଳୀୟ ପ୍ରାର୍ଥୀ ଅକ୍ଷୟ ବାମ୍ ନାମାଙ୍କନ ପ୍ରତ୍ୟାହାର କରି ବିଜେପିରେ ଯୋଗଦେବା ପରେ ଶାସକ ଦଳକୁ ଦାୟୀ କରିଛି କଂଗ୍ରେସ । କଂଗ୍ରେସ ନେତା ମୁକେଶ ନାୟକ କହିଛନ୍ତି, ଏହା ଦଳ ପ୍ରତି ଏକ ବଡ଼ ବିଶ୍ୱାସଘାତକତା। ବିଜେପି ଲଜ୍ଜାହୀନତାର ସବୁ ସୀମା ଟପିଛି ।

ଅକ୍ଷୟ ବାମ ପାଞ୍ଚ ଦିନ ତଳେ ଅର୍ଥାତ୍ ଏପ୍ରିଲ ୨୪ରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଇନ୍ଦୋର ସହ ମଧ୍ୟପ୍ରଦେଶର ୮ ଲୋକସଭା ଆସନରେ ଚତୁର୍ଥ ପର୍ଯ୍ୟାୟରେ ମେ ୧୩ରେ ମତଦାନ ହେବ।

ନିକଟରେ ଗୁଜରାଟର ସୁରଟ ଲୋକସଭା ଆସନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ନାମାଙ୍କନପତ୍ର ବିବାଦୀୟ ଭାବେ ଖାରଜ ହୋଇଥିଲା। ତାଙ୍କ ପ୍ରସ୍ତାବକଙ୍କ ଦସ୍ତଖତରେ ତ୍ରୁଟି ଥବା ଦର୍ଶାଇ କୁମ୍ଭାନୀଙ୍କ ନାମାଙ୍କନପତ୍ର ନାକଚ ହୋଇଥିଲା । ଏହା ପରେ ଅନ୍ୟ ୮ ଜଣ ପ୍ରାର୍ଥୀ ମଧ୍ୟ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଥିଲେ। ଫଳରେ ବିଜେପି ପ୍ରାର୍ଥୀ ମୁକେଶ ଦଲାଲଙ୍କୁ ସୁରଟ ଆସନରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷିତ କରାଯାଇଥିଲା ।

#Odia#Odisha#News
Share Article:

Related Articles