ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

କେନ୍ଦ୍ର ବିରୋଧରେ କଂଗ୍ରେସର ବଡ଼ ଅଭିଯୋଗ, ଦଳର ବ୍ୟାଙ୍କ୍ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ଦାବି

ନୂଆଦିଲ୍ଲୀ: କେନ୍ଦ୍ର ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏହାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି ବୋଲି ଦାବି କରିଛି ଦଳ । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଜୟ ମାକେନ୍ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଭାରତରେ ଗଣତନ୍ତ୍ର ପୁରାପୁରି ଶେଷ ହୋଇଯାଇଛି। ଦେଶର ମୁଖ୍ୟ ବିରୋଧୀ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। କେନ୍ଦ୍ର ଉପରେ ଅଭିଯୋଗ କରି ଅଜୟ ମାକେନ୍ କହିଛନ୍ତି କେବଳ ଆକାଉଣ୍ଟ ଫ୍ରିଜ୍ [...]

Admin•ଫେବୃଆରୀ 16, 2024
Share Article:

ନୂଆଦିଲ୍ଲୀ: କେନ୍ଦ୍ର ବିରୋଧରେ ବଡ଼ ଅଭିଯୋଗ ଆଣିଛି କଂଗ୍ରେସ । ଏହାର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି ବୋଲି ଦାବି କରିଛି ଦଳ । ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଅଜୟ ମାକେନ୍ ଶୁକ୍ରବାର ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଭାରତରେ ଗଣତନ୍ତ୍ର ପୁରାପୁରି ଶେଷ ହୋଇଯାଇଛି। ଦେଶର ମୁଖ୍ୟ ବିରୋଧୀ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। କେନ୍ଦ୍ର ଉପରେ ଅଭିଯୋଗ କରି ଅଜୟ ମାକେନ୍ କହିଛନ୍ତି କେବଳ ଆକାଉଣ୍ଟ ଫ୍ରିଜ୍ ହୋଇନାହିଁ ବରଂ ଦେଶର ଗଣତନ୍ତ୍ର ମଧ୍ୟ ଫ୍ରିଜ୍ ହୋଇଯାଇଛି।

ମାକେନ୍ କହିଛନ୍ତି, ବ୍ୟାଙ୍କ ଗୁଡ଼ିକ ଆମ ଚେକ୍ ଜାରି କରୁନାହାଁନ୍ତି। ଏନେଇ ବ୍ୟାଙ୍କକୁ ପଚାରିବାରୁ କଂଗ୍ରେସ ଦଳର ସମସ୍ତ ଆକାଉଣ୍ଟ ଫ୍ରିଜ୍ ହୋଇଥିବା ଆମେ ଜାଣିବାକୁ ପାଇଲୁ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେତେବେଳେ ନିର୍ବାଚନ ଘୋଷଣା ପାଇଁ ଦୁଇ ସପ୍ତାହ ବାକି ଅଛି, ଏହି ସରକାର ଆମ ଆକାଉଣ୍ଟକୁ ଫ୍ରିଜ୍ କରି କ’ଣ ଦେଖାଇବାକୁ ଚାହୁଁଛନ୍ତି?”

ଆକାଉଣ୍ଟ ଫ୍ରିଜ୍ ହେବାର କାରଣ ଉଲ୍ଲେଖ କରି ଅଜୟ ମାକେନ୍ କହିଛନ୍ତି, ‘ଆମ ଦଳର ଆକାଉଣ୍ଟକୁ ଫ୍ରିଜ୍ କରିବା କାରଣ ହାସ୍ୟାସ୍ପଦ। ଗତକାଲି ସନ୍ଧ୍ୟାରେ ଯୁବ କଂଗ୍ରେସର ଆକାଉଣ୍ଟ ମଧ୍ୟ ଫ୍ରିଜ୍ ହୋଇଯାଇଛି। ଆୟକର ବିଭାଗ କଂଗ୍ରେସ ଓ ଯୁବ କଂଗ୍ରେସ ଠାରୁ ୨୧୦ କୋଟି ଟଙ୍କା ଦାବି କରିଛି। ଏହି ଟଙ୍କା କୌଣସି ବଡ଼ ବ୍ୟବସାୟୀଙ୍କର ନୁହେଁ ବରଂ ଆମେ ସଂଗ୍ରହ କରିଥିବା ଅନଲାଇନ୍ ଚାନ୍ଦା | ୟୁପିଆଇ ମାଧ୍ୟମରେ ଦେଶର ଲୋକମାନେ ଆମକୁ ଟଙ୍କା ଦେଇଛନ୍ତି। ସେହି ଟଙ୍କା ଆୟକର ଦ୍ୱାରା ଫ୍ରିଜ୍ ହୋଇଛି |

#Odia#Odisha#News
Share Article:

Related Articles