ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି, ରଘୁରାମ ରାଜନଙ୍କୁ ମଧ୍ୟ ଟିକେଟ୍ ଦେବ କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି। ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନୁହଁନ୍ତି । ଏଭଳି ସ୍ଥିତିରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଚାର କରୁଥିବା ଜଣାପଡ଼ିଛି । ତାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶରେ କଂଗ୍ରେସ ଦଳ କ୍ଷମତାରେ ଅଛି। ଏହାଛଡ଼ା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି । ଅନ୍ୟପକ୍ଷରେ [...]

Admin•ଫେବୃଆରୀ 12, 2024
Share Article:

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ରାଜ୍ୟସଭା ଯାଇପାରନ୍ତି। ବୟସ ଏବଂ ସ୍ୱାସ୍ଥ୍ୟଗତ କାରଣରୁ ସେ ଏଥର ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ନୁହଁନ୍ତି । ଏଭଳି ସ୍ଥିତିରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଚାର କରୁଥିବା ଜଣାପଡ଼ିଛି । ତାଙ୍କୁ ହିମାଚଳ ପ୍ରଦେଶରୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ହେଉଛି । ହିମାଚଳ ପ୍ରଦେଶରେ କଂଗ୍ରେସ ଦଳ କ୍ଷମତାରେ ଅଛି। ଏହାଛଡ଼ା ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ଯାଇପାରନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ତଥା ବରିଷ୍ଠ ଅର୍ଥନୀତିଜ୍ଞ ରଘୁରାମ ରାଜନଙ୍କୁ ବି ରାଜ୍ୟସଭାକୁ ପଠାଇବା ସମ୍ଭାବନା ରହିଛି । ଦଳ ତାଙ୍କୁ କର୍ଣ୍ଣାଟକରୁ ପ୍ରାର୍ଥୀ କରିପାରେ। କର୍ଣ୍ଣାଟକରୁ ୪ ରାଜ୍ୟସଭା ଆସନ ଖାଲି ପଡ଼ିଛି ।

ରାଜନଙ୍କୁ ମହାରାଷ୍ଟ୍ରରୁ ବି ରାଜ୍ୟସଭା ପଠାଇବା ପାଇଁ ଦଳ ପାଖରେ ବିକଳ୍ପ ରହିଛି । ସୋନିଆ ଗାନ୍ଧୀ ଓ ରଘୁରାମ ରାଜନ କେଉଁ ରାଜ୍ୟରୁ ରାଜ୍ୟସଭା ପ୍ରାର୍ଥୀ ହେବେ ତାହା ଦଳର ହାଇ କମାଣ୍ଡ ଖୁବ ଶୀଘ୍ର ନିଷ୍ପତ୍ତି ନେବେ। ରାଜ୍ୟସଭାରେ ପାଦ ରଖିବା ସହ ରଘୁରାମ ରାଜନ ରାଜନୀତିରେ ପ୍ରବେଶ କରିବେ। ଆସନ୍ତା ଫେବୃଆରୀ ୨୭ରେ ରାଜ୍ୟସଭାର ୫୬ଟି ଆସନ ପାଇଁ ମତଦାନ ହେବ। ଏଥିପାଇଁ ନାମାଙ୍କନ ଦାଖଲ ଫେବୃଆରୀ ୧୫ରେ ଶେଷ ହେବ।

#Odia#Odisha#News
Share Article:

Related Articles