ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଇଡିର ଦ୍ୱିତୀୟ ଅଭିଯୋଗ ପରେ କେଜ୍ରିୱାଲଙ୍କୁ ପୁଣି କୋର୍ଟ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସମନ ଟାଳିବା ନେଇ ଇଡିର ଦ୍ୱିତୀୟ ଅଭିଯୋଗ ଆଧାରରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସାନି ସମନ ଜାରି କରିଛନ୍ତି। କେଜ୍ରିୱାଲଙ୍କୁ ସମନ ଜାରି କରି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମାଲହୋତ୍ରା ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ [...]

Admin•ମାର୍ଚ୍ଚ 7, 2024
Share Article:

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ସମନ ଟାଳିବା ନେଇ ଇଡିର ଦ୍ୱିତୀୟ ଅଭିଯୋଗ ଆଧାରରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ସାନି ସମନ ଜାରି କରିଛନ୍ତି।

କେଜ୍ରିୱାଲଙ୍କୁ ସମନ ଜାରି କରି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମାଲହୋତ୍ରା ମାର୍ଚ୍ଚ ୧୬ରେ ପରବର୍ତ୍ତୀ ଶୁଣାଣି ପାଇଁ ମାମଲାକୁ ତାଲିକାଭୁକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ବାରମ୍ବାର
ସମନ ଟାଳିବା ନେଇ କେଜ୍ରିୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ଇଡି କୋର୍ଟରେ ସାନି ଆବେଦନ କରିଥିଲା ।

#Odia#Odisha#News
Share Article:

Related Articles