ଭିସି ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ ପାଇଁ କେଜ୍ରିୱାଲଙ୍କ ଆବେଦନ ଖାରଜ
ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କ ସୁଗାର ସ୍ତର ଓ ଇନସୁଲିନ୍ ମାମଲାରେ ପ୍ରତିଦିନ ୧୫ ମିନିଟ୍ ଭିସି ଜରିଆରେ ଡ଼ାକ୍ତରୀ ପରାମର୍ଶ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ। ତାଙ୍କର ଏହି ଆବେଦନ ହୋଇଛି। ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ଜଜ୍ କାବେରୀ ବୱେଜା ତିହାର [...]
ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ତାଙ୍କ ସୁଗାର ସ୍ତର ଓ ଇନସୁଲିନ୍ ମାମଲାରେ ପ୍ରତିଦିନ ୧୫ ମିନିଟ୍ ଭିସି ଜରିଆରେ ଡ଼ାକ୍ତରୀ ପରାମର୍ଶ ପାଇଁ କେଜ୍ରିୱାଲ ଅନୁମତି ମାଗିଥିଲେ। ତାଙ୍କର ଏହି ଆବେଦନ ହୋଇଛି। ତେବେ କେଜ୍ରିୱାଲଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବାକୁ କୋର୍ଟ ତିହାର ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବତନ୍ତ୍ର ଜଜ୍ କାବେରୀ ବୱେଜା ତିହାର ପ୍ରଶାସନକୁ ନିର୍ଦ୍ଦେଶ ଦେଇ କହିଛନ୍ତିି କେଜ୍ରିୱାଲଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ବିଶେଷ ପରାମର୍ଶ ଆବଶ୍ୟକ ହେଲେ ଜେଲ୍ କର୍ତ୍ତୃପକ୍ଷ ଏମ୍ସ ନିର୍ଦ୍ଦେଶକଙ୍କ ଦ୍ବାରା ଗଠିତ ଏକ ମେଡିକାଲ୍ ବୋର୍ଡ ନିଯୁକ୍ତ କରିବେ, ଯେଉଁଥିରେ ଜଣେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଏବଂ ମଧୁମେହ ବିଶେଷଜ୍ଞ ମଧ୍ୟ ରହିବେ।
ସେ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଇନସୁଲିନ ଦିଆଯିବ କି ନାହିଁ ତାହା ମେଡିକାଲ ବୋର୍ଡ ନିଷ୍ପତ୍ତି ନେବ। ମେଡିକାଲ ବୋର୍ଡ ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ଏବଂ ବ୍ୟାୟାମ ଯୋଜନା ଉପରେ ମଧ୍ୟ ନିଷ୍ପତ୍ତି ନେବ, ଯାହା ପାଳନ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମେଡିକାଲ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ଡାଏଟ୍ ପ୍ଲାନରେ ଆଉ କୌଣସି ପରିବର୍ତ୍ତନ ହେବ ନାହିଁ |
ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ତିହାର ଜେଲ ପ୍ରଶାସନ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। କେଜ୍ରିୱାଲ ତିହାର ଜେଲ ଅଧୀକ୍ଷକଙ୍କୁ ଏକ ଚିଠିରେ କହିଥିଲେ, “ଖବରକାଗଜରେ ତିହାର ଜେଲ ପ୍ରଶାସନର ବୟାନ ପଢ଼ି ମୋତେ ଦୁଃଖ ଲାଗିଲା। ତିହାରର ଉଭୟ ବୟାନ ମିଛ। ମୁଁ ପ୍ରତିଦିନ ଇନସୁଲିନ୍ ମାଗୁଛି। କିନ୍ତୁ ସେମାନେ ମୋତେ ଏଥିରୁ ବଞ୍ଚିତ କରୁଛନ୍ତି। ମୁଁ ତିହାର କର୍ତ୍ତୃପକ୍ଷଙ୍କୁ ଗ୍ଲୁକୋ ମିଟର ରିଡିଂ ଦେଖାଇଥିଲି । ମୋର ସୁଗାର ସ୍ତର ଦିନକୁ ଦିନ ବଢ଼ି ଚାଲିଛି। ସୁଗାର ସ୍ତର ପ୍ରାୟ ୨୫୦ ରୁ ୩୫୦ ରହୁଛି।
At 43.8°C, Bhubaneswar Records Season’s Highest Day Temperature
Next Articleଅମ୍ପାୟରଙ୍କ ସହ ଯୁକ୍ତିତର୍କ ମହଙ୍ଗା ପଡ଼ିଲା, କୋହଲିଙ୍କ ମ୍ୟାଚ୍ ଫି’ର ୫୦ ପ୍ରତିଶତ କଟିଲା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
