ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ଆପକୁ ପୁଣି ଏକ ଝଟକା, ଦିଲ୍ଲୀ ମନ୍ତ୍ରୀ ରାଜକୁମାର ଆନନ୍ଦ ନିଜ ପଦ ଓ ଦଳରୁ ଇସ୍ତଫା ଦେଲେ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ସମସ୍ୟା ବଢ଼ିବାରେ ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ଖୋଦ୍ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତିନି ଜଣ ନେତା ଜେଲରେ ଥିବା ବେଳେ ଦଳକୁ ପୁଣି ଏକ ଝଟକା ଲାଗିଛି। ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ତାଙ୍କ ପଦ ଓ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି। କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଆନନ୍ଦ ଇସ୍ତଫା ଦେଇ କହିଛନ୍ତି, [...]

Admin•ଅପ୍ରେଲ 10, 2024
Share Article:

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍)ର ସମସ୍ୟା ବଢ଼ିବାରେ ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ଖୋଦ୍ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ତିନି ଜଣ ନେତା ଜେଲରେ ଥିବା ବେଳେ ଦଳକୁ ପୁଣି ଏକ ଝଟକା ଲାଗିଛି। ଦିଲ୍ଲୀ ମନ୍ତ୍ରୀ ରାଜ କୁମାର ଆନନ୍ଦ ତାଙ୍କ ପଦ ଓ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛନ୍ତି।

କେଜ୍ରିୱାଲ ସରକାରରେ ସାମାଜିକ କଲ୍ୟାଣ ମନ୍ତ୍ରୀ ଥିବା ଆନନ୍ଦ ଇସ୍ତଫା ଦେଇ କହିଛନ୍ତି, ବିଡ଼ମ୍ବନାର ବିଷୟ ଯେ ରାଜନୀତି ତ ବଦଳିଲାନି କିନ୍ତୁ ନେତାମାନେ ବଦଳି ଗଲେ।

“ଆମ୍ ଆଦମୀ ପାର୍ଟି ଦୁର୍ନୀତି ବିରୋଧରେ ଆନ୍ଦୋଳନରୁ ଜନ୍ମଗ୍ରହଣ କରିଥିଲା, କିନ୍ତୁ ଆଜି ଏହି ଦଳ ନିଜେ ଦୁର୍ନୀତିରେ ଛନ୍ଦି ହୋଇପଡ଼ିଛି। ଏହି ସରକାରରେ କାମ କରିବା ମୋ ପାଇଁ ଅସହଜ ହୋଇପଡିଛି। ମୁଁ ଏହି ଦଳ ତଥା ସରକାରରେ ମୋର ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।”

ସୂଚନାଯୋଗ୍ୟ ଯେ ଦିଲ୍ଲୀର ମଦ ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ବର୍ଷ ନଭେମ୍ବରରେ ରାଜ କୁମାର ଆନନ୍ଦଙ୍କ ବାସଭବନରେ ଚଢ଼ାଉ କରିଥିଲା।

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି। ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। କେଜ୍ରିୱାଲ ବର୍ତ୍ତମାନ ଜେଲରୁ‌ ହିଁ ସରକାର ଚଳାଉଛନ୍ତି। କେଜ୍ରିୱାଲଙ୍କ ପୂର୍ବରୁ ମନୀଷ ସିସୋଦିଆ ମଧ୍ୟ ଏହି ମାମଲାରେ ଗତ ବର୍ଷ ଠାରୁ ତିହାର ଜେଲରେ ଅଛନ୍ତି।

#Odia#Odisha#News
Share Article:

Related Articles