ଆଇପିଏଲର ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ନେତୃତ୍ୱ ଛାଡ଼ିଲେ ଧୋନି, ଋତୁରାଜ ନୂଆ କ୍ୟାପଟେନ୍
ଚେନ୍ନାଇ: ଆଇପିଏଲ୍ ୨୦୨୪ ସିଜନର ଦିନକ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । କ୍ୟାପଟେନ ଭାବରେ ଚେନ୍ନାଇ ସହିତ ୨୦୦୮ରୁ ଆରମ୍ଭ ହୋଇଥିବା ଧୋନିଙ୍କ ଯାତ୍ରା ଶେଷ ହୋଇଛି । ଧୋନି ୨୦୨୨ ସିଜନ୍ ଆରମ୍ଭରୁ ମଧ୍ୟ ଦଳର ନେତୃତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । [...]
ଚେନ୍ନାଇ: ଆଇପିଏଲ୍ ୨୦୨୪ ସିଜନର ଦିନକ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ମହେନ୍ଦ୍ର ସିଂ ଧୋନି । ତାଙ୍କ ସ୍ଥାନରେ ଋତୁରାଜ ଗାଏକୱାଡଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
କ୍ୟାପଟେନ ଭାବରେ ଚେନ୍ନାଇ ସହିତ ୨୦୦୮ରୁ ଆରମ୍ଭ ହୋଇଥିବା ଧୋନିଙ୍କ ଯାତ୍ରା ଶେଷ ହୋଇଛି । ଧୋନି ୨୦୨୨ ସିଜନ୍ ଆରମ୍ଭରୁ ମଧ୍ୟ ଦଳର ନେତୃତ୍ୱ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ସେହି ସିଜନର ୮ଟି ମ୍ୟାଚ୍ ପରେ ଧୋନି ପୁଣି ଚେନ୍ନାଇର ନେତୃତ୍ୱ ସମ୍ଭାଳିଥିଲେ ଏବଂ ୨୦୨୩ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପଞ୍ଚମ ଥର ଚାମ୍ପିୟନ କରାଇଥିଲେ ।
ଉଭୟ ଫ୍ରାଞ୍ଚାଇଜ୍ ଓ ଆଇପିଏଲ୍ ତରଫରୁ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଆଇପିଏଲ୍ ୨୦୨୪ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ ।
ଭାରତ ପାଇଁ ୬ଟି ଦିନିକିଆ ଓ ୧୯ ଟି-୨୦ ମ୍ୟାଚ୍ ଖେଳିଥିବା ଋତୁରାଜ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗ ଦେଇଥିଲେ । ସେ ପାଞ୍ଚ ଥର ଆଇପିଏଲ୍ ଚାମ୍ପିୟନ୍ ଚେନ୍ନାଇ ପାଇଁ ଏଯାବତ୍ ୫୨ଟି ମ୍ୟାଚ୍ ଖେଳିଛନ୍ତି। ଋତୁରାଜ ଗତ ବର୍ଷ ୧୬ଟି ମ୍ୟାଚରେ ୧୪୭.୫୦ ଷ୍ଟ୍ରାଇକ୍ ରେଟରେ ୫୯୦ ରନ୍ କରିଥିଲେ।
ସିଏସକେ ନିଜ ୱେବସାଇଟରେ ଏକ ବିବୃତ୍ତିରେ କହିଛି, “ଏମଏସ ଧୋନି ଟାଟା ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ବ ଋତୁରାଜ ଗାଏକୱାଡଙ୍କୁ ହସ୍ତାନ୍ତର କରିଛନ୍ତି। ଋତୁରାଜ ୨୦୧୯ ଠାରୁ ଚେନ୍ନାଇ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଆସିଛନ୍ତି ଏବଂ ଆଇପିଏଲରେ ୫୨ଟି ମ୍ୟାଚ୍ ଖେଳିଛନ୍ତି।
ଧୋନି ସମ୍ଭବତଃ ଏହି ସିଜନ୍ ପରେ କ୍ରିକେଟକୁ ଅଲବିଦା କହିବେ । ତେଣୁ ଦଳ ତାଙ୍କ ଉପସ୍ଥିତିରେ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଥାଇପାରେ ।
ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ନିର୍ବାଚନୀ ବଣ୍ଡ୍ ନମ୍ବର ସହ ସମସ୍ତ ତଥ୍ୟ ଦାଖଲ କଲା ଏସବିଆଇ
Next ArticleSchool Head Master Nabbed for Taking Rs 40k Bribe from Contractor in Kalahandi
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
