ନ୍ୟୁଜରୁମ୍ ଓଡ଼ିଶା
ବ୍ରେକିଂ
ଓଡ଼ିଆ

ସୁରକ୍ଷା ବାହିନୀ ସହ ସଂଘର୍ଷରେ ଚାଷୀଙ୍କ ମୃତ୍ୟୁ, ‘ଦିଲ୍ଲୀ ଚଲୋ’ ଅଭିଯାନ ଦୁଇ ଦିନ ପାଇଁ ସ୍ଥଗିତ

ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସଂଲଗ୍ନ ଖନୌରି ସୀମାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ପ୍ରାୟ ୧୨ ଜଣ ପୋଲିସ ଆହତ ହେବା ପରେ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ‌। ଶୁକ୍ରବାର ସନ୍ଧ୍ୟାରେ ସେମାନେ ଆଗାମୀ ରଣନୀତି ସ୍ଥିର କରିବେ ବୋଲି କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି। ରବିବାର ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ସହ ଚତୁର୍ଥ ରାଉଣ୍ଡ [...]

Admin•ଫେବୃଆରୀ 21, 2024
Share Article:

ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସଂଲଗ୍ନ ଖନୌରି ସୀମାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ପ୍ରାୟ ୧୨ ଜଣ ପୋଲିସ ଆହତ ହେବା ପରେ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ‌। ଶୁକ୍ରବାର ସନ୍ଧ୍ୟାରେ ସେମାନେ ଆଗାମୀ ରଣନୀତି ସ୍ଥିର କରିବେ ବୋଲି କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି।

ରବିବାର ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ସହ ଚତୁର୍ଥ ରାଉଣ୍ଡ ଆଲୋଚନା ପରେ ଚାଷୀମାନେ ଦୁଇ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିଥିଲେ । କେନ୍ଦ୍ରର ପ୍ରସ୍ତାବ ଖାରଜ କରିବା ପରେ ପଞ୍ଜାବର ହଜାର ହଜାର ଚାଷୀ ଖନୌରି ଏବଂ ଶମ୍ଭୁ ସୀମାରେ ବୁଧବାର ସକାଳୁ ପୁଣି ଆନ୍ଦୋଳନ ଆରମ୍ଭ କରିଦେଇଥିଲେ ।

ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ କୃଷି ଋଣଛାଡ଼ ଏବଂ ଅନ୍ୟାନ୍ୟ ଦାବି ନେଇ ଚାଷୀମାନେ ଏହି ଦୁଇଟି ସୀମାରେ ଡେରା ପକେଇ ରହିବେ।

କୃଷକ ନେତା ବଲଦେବ ସିଂହ ସିର୍ସା କହିଛନ୍ତି, ମୃତ ବିକ୍ଷୋଭକାରୀ ପଞ୍ଜାବର ବଠିଣ୍ଡା ଜିଲ୍ଲାର ବାଲୋକେ ଗାଁର ବାସିନ୍ଦା ଶୁଭକରନ ସିଂ (୨୧) ବୋଲି ଚିହ୍ନଟ କରାଯାଇଛି।

ପଟିଆଲା ସ୍ଥିତ ରାଜିନ୍ଦର ହସ୍ପିଟାଲର ମେଡିକାଲ୍ ଅଧୀକ୍ଷକ ଏଚ୍.ଏସ୍ ରେଖୀ ଗଣମାଧ୍ୟମକୁ କହିଛନ୍ତି ଯେ ଖନୌରି ସୀମାରୁ ତିନି ଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସ୍ଥିର ଅଛି । ମୃତକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ହରିୟାଣା ପୋଲିସର ଜଣେ ଅଧିକାରୀ କହିଛନ୍ତି, ବିକ୍ଷୋଭକାରୀମାନେ ସେମାନଙ୍କୁ ଲାଠିରେ ଆକ୍ରମଣ କରିବା ସହ ପଥର ମାଡ଼ କରିବାରୁ ପ୍ରାୟ ୧୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

#Odia#Odisha#News
Share Article:

Related Articles